ରାୟଗଡ଼ା : ପେପର ପ୍ଲେଟ୍ କାରଖାନାରେ ନିଆଁ ଲାଗି ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ। ରାୟଗଡ଼ା ସହର ଉପକଣ୍ଠରେ ଥିବା ଏକ ପେପର ପ୍ଲେଟ୍ କାରଖାନାର ଏହି ଅଗ୍ନିକାଣ୍ଡ ଘଟିଛି। ରୟତ କଲୋନୀସ୍ଥିତ ସେଭେନଥ୍ ଲେନରେ ଥିବା ସାଇ ପେପର କାରଖାନାରେ ଅାଜି ସକାଳ ପ୍ରାୟ ୯ଟା ବେଳେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା ପରେ ଦମକଳ ବାହିନୀ ଅାସି ନିଆଁକୁ ଅାୟତ୍ତ କରିଥିଲା।
ନିଆଁ ଲିଭା କାର୍ଯ୍ୟରେ ଦୁଇଟି ଦମକଳ ନିୟୋଜିତ ହୋଇଥିଲେ। ଏହି ଅଗ୍ନିକାଣ୍ଡରେ କାରଖାନାର ବ୍ୟାପକ କ୍ଷୟକ୍ଷତି ହୋଇଛି। ତେବେ ନିଆଁ କେଉଁଠୁ ଓ କିପରି ଲାଗିଲା ତାର ପ୍ରକୃତ କାରଣ ଜଣାପଡ଼ିନି।