କରୋନା ଲଢ଼େଇରେ ସାମିଲ୍ ହେଲେ ଚିତ୍ରକର: ଚିତ୍ର ମାଧ୍ୟମରେ ଦେଲେ ସଚେତନତାର ବାର୍ତ୍ତା

ରାୟଗଡ଼ା: ଭାରତରେ କରୋନା ମୁକାବିଲା ପାଇଁ ସମସ୍ତେ ନିଜ ନିଜ ସ୍ତରରେ ଲଢ଼େଇ ଜାରି ରଖିଛନ୍ତି। ପୁଲିସ୍ ହେଉ କି ଡାକ୍ତର ଅବା ସଫେଇ କର୍ମୀ ସମସ୍ତଙ୍କର ପ୍ରୟାଶକୁ ପ୍ରଶଂସା କରାଯାଉଛି। ସେହିଭଲି ଚିତ୍ରକରମାନେ ମଧ୍ୟ କରୋନା ଲଢ଼େଇରେ ନିଜକୁ ସାମିଲ୍ କରି ଚିତ୍ର ମାଧ୍ୟମରେ ଲୋକଙ୍କୁ ବାଣ୍ଟୁଛନ୍ତି ସଚେତନତାର ବାର୍ତ୍ତା।

ନିଜସ୍ୱ ଖର୍ଚ୍ଚରେ କାନ୍ଥବାଡ଼ରେ ଚିତ୍ର ଆଙ୍କି କରୋନା ସଚେତନତାର ବାର୍ତ୍ତା ଦେଇଛି ଚିତ୍ରକର ସଂଘ। କରୋନା ପାଇଁ ଦେଶର ଲକ୍‌ଡାଉନ୍‌ ସ୍ଥିତି ଥିବା ବେଳେ ଏଭଳି  ମୂହୂର୍ତ୍ତରେ ରାୟଗଡ଼ା ଜିଲ୍ଲା ଚିତ୍ରଶିଳ୍ପୀ ସଂଘର ଚିତ୍ରକର ମାନେ କାନ୍ଥବାଡ଼ରେ ଚିତ୍ର ଆଙ୍କି କରୋନା ସଚେତନତାର ବାର୍ତ୍ତା ଦେଉଛନ୍ତି।

କରୋନାର ଭୟାବହତାକୁ ନେଇ ଗାଁ ଗଣ୍ଡାରେ ଚିତ୍ର ଆଙ୍କି ଲୋକଙ୍କ ନିକଟରେ କରୋନା ସଚେତନା କରାଉଛନ୍ତି। ଲକ୍‌ଡାଉନ୍ ନିୟମ ପାଳନ କରି ଘରେ ରହିବା , ହାତ ଧୋଇବା, ସାମାଜିକ ଦୂରତ୍ୱ ରଖି ଚଳିବା, ମାସ୍କ ପିନ୍ଧିବା ଆଦି ବାର୍ତ୍ତାକୁ ଚିତ୍ର ମାଧ୍ୟମରେ କାନ୍ଥ ବାଡ଼ରେ ଆଙ୍କି ସଚେତନତାର ବାର୍ତ୍ତା ବାଣ୍ଟିଛନ୍ତି।

You might also like