ବାଇକ୍ ଚାଳକଙ୍କୁ ୧.୧୩ ଲକ୍ଷ ଜରିମାନା

ରାୟଗଡ଼ା(ମନୋଜ କୁମାର ପାତ୍ର): ବାଇକ ଚାଳକଙ୍କୁ ୧ ଲକ୍ଷ ୧୩ ହଜାରରୁ ଅଧିକ ଟଙ୍କାର ଫାଇନ୍‌ ଲଗାଇଲା ପରିବହନ ବିଭାଗ। ଜଣେ ବାଇକ୍ ଚାଳକଙ୍କୁ ଏତେ ମୋଟା ଅଙ୍କର ଫାଇନ୍‌ ପଡ଼ିଥିବା ଖବର ଶୁଣି ଯେ କେହି ବି ଆଶ୍ଚର୍ଯ୍ୟ ହେବ। ଏଭଳି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲାରେ।

ବିନା ରେଜିଷ୍ଟ୍ରେସନରେ ବାହାର ରାଜ୍ୟରୁ ଗାଡ଼ି ଆଣି ରାୟଗଡ଼ାରେ ଟ୍ରାଫିକ୍ ନିୟମ ନ ମାନି ଚଳାଉଥିବା ଜଣେ ବାଇକ ଚାଳକକୁ ପରିବହନ ବିଭାଗର ଟ୍ରାଫିକ୍ ଇନସପେକ୍ଟର୍ ୧ ଲକ୍ଷ ୧୩ ହଜାର ୫ ଶହ ଟଙ୍କାର ଫାଇନ୍ କରିଛନ୍ତି। ଏହି ଚାଳକ ହେଲେ ମଧ୍ୟପ୍ରଦେଶ ଅମରପୁରର ପ୍ରକାଶ ବନଜରା। ପ୍ରକାଶ ବାଇକରେ ବୁଲି ଡ୍ରମ ବ୍ୟବସାୟ କରନ୍ତି।

ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ଦିନ ଠାରୁ ଜିଲ୍ଲାର କଡ଼ାକଡ଼ି ଯାଞ୍ଚ କରାଯଉଛି। ଏହି କ୍ରମରେ ଆଜି ସହରର ଡିଆଇବି ଛକରେ ଯାଞ୍ଚ ଚାଲିଥିବା ଧରା ପଡ଼ିଯାଇଥିଲେ ପ୍ରକାଶ। ସେ ହେଲମେଟ୍ ପିନ୍ଧିନଥିବା ବେଳେ ତାଙ୍କ ବାଇକ୍‌ର ରେଜିଷ୍ଟ୍ରେସନ୍ ନମ୍ବର ମଧ୍ୟ ନଥିଲା। ପ୍ରକାସ ମଧ୍ୟପ୍ରଦେଶରୁ ବାଇକ୍ କିଣିବା ପରେ ରେଜିଷ୍ଟ୍ରେସନ୍ ନ କରି ରାୟଗଡ଼ାରେ ଚଲାଇ ବ୍ୟବସାୟ କରୁଥିଲେ। ଆଉ ଆଜି ପରିବହନ ବିଭାଗର ଯାଞ୍ଚ କରିବା ବେଳେ ସେ ଧରାପଡ଼ିଯାଇଥିଲେ।

ଧରା ପଡ଼ିବା ପରେ ବିନା ରେଜିଷ୍ଟ୍ରେସନରେ ଗାଡ଼ି ଚଲାଇବା, ଡ୍ରାଇଭିଂ ଲାଇସେନସ୍, ଇନସ୍ୟୁରାନସ୍ ନଥିବା ଓ ହେଲମେଟ୍ ପିନ୍ଧିନଥିବା କାରଣ ଦର୍ଶାଇ ପ୍ରକାଶଙ୍କ ପାଇଁ ୧ ଲକ୍ଷ ୧୩ ହଜାର ୫୦୦ ଟଙ୍କାର ଜରିମାନା କଟାଯାଇଛି।

ନୂତନ ମଟର ଯାନ ଆଇନ କାର୍ଯ୍ୟକାରୀ ପରେ ବାଇକ ଚାଳକଙ୍କ ନିକଟରୁ ଏତେ ଟଙ୍କା ଫାଇନ୍ ଆଦାୟ ହେବା ରାୟଗଡ଼ାରେ ପ୍ରଥମ ଘଟଣା ହୋଇଥିବାର ଏହାକୁ ନେଇ ଏବେ ଅଞ୍ଚଳରେ ଖୁବ୍ ଚର୍ଚ୍ଚା ହେଉଛି।‌

ସରକାର ନୂଆ ବର୍ଷରୁ ଟ୍ରାଫିକ୍ ନିୟମକୁ କଡାକଡ଼ି କରିବା ପରେ ସାରା ଜିଲ୍ଲାରେ ପରିବହନ ଓ ପୁଲିସ୍ ପକ୍ଷରୁ ଯାନ ବାହନ ଯାଞ୍ଚକୁ ଜୋରଦାର୍ କରାଯାଇଛି। ନୂଆ ମଟର ଯାନ ଆଇନକୁ ନେଇ କଠୋର ହେଉଛି ପରିବହନ ବିଭାଗ। ଯାଞ୍ଚକୁ କଡାକଡ଼ି ସହିତ ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ନେଉଛି ଆଖିଦୃଶିଆ ପଦକ୍ଷେପ ମଧ୍ୟ ନେଉଛି।

ତେବେ ଗାଡ଼ି ଉପରେ ମୋଟା ଅଙ୍କର ଫାଇନ୍ ପଡ଼ିବା ନୂଆ କଥା ହୋଇନଥିଲେ ବି ବାଇକ୍‌ ଚାଳକଙ୍କ ଉପରେ ଏତେ ଫାଇନ୍ ଆଶ୍ଚର୍ଯ୍ୟର କଥା ନିଶ୍ଚୟ। ତେବେ ଏହା ପୂର୍ବରୁ ରାୟଗଡ଼ାରେ ଏକ ଟ୍ରକ୍ ଉରେ ମଧ୍ୟ ୧୦ ହଜାର ୮ଶହ ଟଙ୍କା ଫାଇନ୍ ପଡ଼ିଥିଲା। ଟ୍ରକ୍ ମାଲିକ ରୋଡ୍ ଟ୍ୟାକ୍ସ ଦେଇନଥିବା ସହ ପରମିଟ୍ ଲାଇସେନ୍ସ ନଥିବାରୁ ଏତେ ପରିମାଣର ଫାଇନ ହୋଇଥିଲା। ସେହିଭଳି ୨୦୨୦ ମାର୍ଚ୍ଚ ମାସରେ ସମ୍ବଲପୁରରେ ଦୁଇ ନାବାଳକଙ୍କ ବାଇକ୍ ଚଳାଇବା ନେଇ ଉଭୟଙ୍କ ବାପାଙ୍କ ନାଁରେ ୮୦ ହଜାର ଫାଇନ୍ କରିଥିଲା ପରିବହନ ବିଭାଗ।  

You might also like