ବିଜୟା ଦଶମୀରେ କେଉଁଠି କେମିତି ହେଲା ରାବଣପୋଡ଼ି ?

ଭୁବନେଶ୍ୱର: ବିଜୟା ଦଶମୀରେ ଗତକାଲି ରାଜ୍ୟର ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ରାବଣ ପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନେକ ସ୍ଥାନରେ ନେତା ଓ ପୁଲିସ୍‌କର୍ମୀ ରାବଣପୋଡ଼ି କରିଥିଲେ। ତେବେ କିଏ କେଉଁଠି ରାବଣପୋଡ଼ି କରିଥିଲେ ଆସନ୍ତୁ  ଜାଣିବା।

କଟକରେ ବାରବାଟୀ ସର୍ବଧର୍ମ ସାଂସ୍କୃତିକ ପରିଷଦ ପକ୍ଷରୁ ରାବଣପୋଡ଼ି କରାଯାଇଥିଲା। ଜଣେ ବାଳକ ରାବଣ ପ୍ରତିକୃତିରେ ଅଗ୍ନିସଂଯୋଗ କରିଥିଲୋ ସେହିଭଳି ଭୁବନେଶ୍ୱର ଝାରପଡ଼ା ପୂଜା ମଣ୍ଡପ ପକ୍ଷରୁ ହୋଇଥିବା ରାବଣପୋଡ଼ିରେ ବିଧାୟକ ଅନନ୍ତ ନାରାୟଣ ଜେନା ଅଗ୍ନିସଂଯୋଗ କରିଥିଲେ। ବରମୁଣ୍ଡା ପଡ଼ିଆରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏବଂ ବିଧାୟକ ପ୍ରଦୀପ ମହାରଥୀ ଯୋଗଦେଇ ରାବଣ ପ୍ରତିକୃତିରେ ଅଗ୍ନିସଂଯୋଗ କରିଥିଲେ। ଭୁବନେଶ୍ୱର ନହରକଣ୍ଟାରେ ମଧ୍ୟ ରାବଣପୋଡ଼ି କାର୍ଯ୍ୟକ୍ରମ ହୋଇଥିଲା। ସ୍ଥାନୀୟ ପୂଜାକମିଟିର ଜଣେ କର୍ମକର୍ତ୍ତା ରାବଣ ପ୍ରତିକୃତିରେ ଅଗ୍ନିସଂଯୋଗ କରିଥିଲେ।

ଭୁବନେଶ୍ୱର ଝାରପଡ଼ାରେ ରାବଣପୋଡ଼ି

ବଲାଙ୍ଗିର ସହରରେ କିନ୍ତୁ ମହା ଆଡ଼ମ୍ବରରେ ରାବଣପୋଡ଼ି ସମ୍ପନ୍ନ ହୋଇଥିଲା। ଏଠାରେ ପ୍ୟାଲେସ ଲାଇନ, ଗାନ୍ଧିନଗରପଡ଼ା, ରୁଗୁଡ଼ିପଡ଼ାରେ ରାବଣପୋଡ଼ି ହୋଇଥିଲା। କଳାକାରମାନେ ରାମ ରାବଣ ବେଶରେ ସହର ପରିକ୍ରମା କରିଥିଲେ। ପରେ ରାମ ରାବଣ ଯୁଦ୍ଧ ହୋଇଥିଲା। ରାମଙ୍କ ଶରରେ ରାବଣର ମୃତ୍ୟୁ ହୋଇଥିଲା।

ବଲାଙ୍ଗିର ରାବପୋଡ଼ି

ସେହିଭଳି ଢେଙ୍କାନାଳ ସହରସ୍ଥିତ ମିନି ଷ୍ଟାଡିୟମ୍‌ରେ ରାବଣପୋଡ଼ି ଉତ୍ସବପାଳିତ ହୋଇଛି। ବାରିପଦାର ମଧୂବନ ପଡ଼ିଆରେ ୫୦ ଫୁଟ ଉଚ୍ଚର ରାବଣ ପ୍ରତିମୂର୍ତ୍ତିରେ ମୟୂରଭଞ୍ଜ ଏସ୍‌ପି ଅଗ୍ନି ସଂଯୋଗ କରିଥିଲେ। ରଙ୍ଗବେରଙ୍ଗ ଆତସବାଜି ଦର୍ଶକଙ୍କ ମନ ମୋହିଥିଲା।

ଢେଙ୍କାନାଳ ରାବଣପୋଡ଼ି

ସେହିପରି ଷ୍ଟିଲସିଟି ରାଉରକେଲା ସେକ୍ଟର-୩ରେ ମଧ୍ୟ ସମ୍ପନ୍ନ ରାବଣପୋଡ଼ି ହୋଇଛି। ବିଜେପି ସାଂସଦ ଜୁଏଲ୍ ଓରାମ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାବଣର ପ୍ରତିକୃତିରେ ଅଗ୍ନିସଂଯୋଗ କରିଥିଲେ।

ସମ୍ବଲପୁରରେ ରାବଣପୋଡ଼ି

ସେପଟେ ସମ୍ବଲପୁର ସାକ୍ଷୀପଡ଼ା, ମୋଦିପଡ଼ା ଏବଂ ପିଏଚ୍‌ଡି ପଡ଼ିଆରେ ହୋଇଥିବା ରାବଣପୋଡ଼ି କାର୍ଯ୍ୟକ୍ରମରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ମୋଦିପଡ଼ା ରାବଣପୋଡ଼ି କାର୍ଯ୍ୟକ୍ରମରେ ଯୋଗଦେଇ ରାବଣର ପ୍ରତିକୃତିରେ ଅଗ୍ନିସଂଯୋଗ କରିଥିଲେ।

 

You might also like