ବିଧାନସଭାରେ ଉଠିଲା ରତ୍ନ ଭଣ୍ଡାର ଚାବି ପ୍ରସଙ୍ଗ

ଭୁବନେଶ୍ୱର : ବିଧାନସଭାରେ ଉଠିଲା ରତ୍ନ ଭଣ୍ଡାର ଚାବି ପ୍ରସଙ୍ଗ। ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇ ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ସରିଥିବାରୁ କମିଶନ ନିଜେ କାର୍ଯ୍ୟକାଳ ବଢାଇବା ପାଇଁ ସରକାରଙ୍କୁ ଅନୁରୋଧ କରିଥିବା କହିଥିଲେ ବିଜେପି ବିଧାୟକ ଦଳ ନେତା କେ.ଭି ସିଂଦେଓ।

ଅନ୍ୟପଟେ ତଦନ୍ତ କମିଶନଙ୍କ ରିପୋର୍ଟ ମିଳିବା ପରେ ଏ ନେଇ ଅନୁଧ୍ୟାନ କରାଯିବ ବୋଲି କହିଥିଲେ ଅାଇନ ମନ୍ତ୍ରୀ ପ୍ରତାପ ଜେନା। ଏଥିସହ ରତ୍ନଭଣ୍ଡାର ସଂପତ୍ତି ଅନୁଧ୍ୟାନ କରାଯାଇ ୧୯୭୮ ମସିହାରେ ଗଚ୍ଛିତ ଅଳଙ୍କାର ତାଲିକା ସହ ମେଳକ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ।

୧୯୭୮ରେ ରତ୍ନ ଭଣ୍ଡାରେ ୧୨ ହଜାର ୮୩୮ ଭରି ସୁନା ଅଳଙ୍କାର, ୨୨ ହଜାର ୧୫୩ ଭରି ରୁପା ଏବଂ ଓଜନ ହୋଇନଥିବା ୧୪ଟି ସୁନା ଓ ରୁପା ଜିନିଷ ରହିଥିଲା ବୋଲି ଅାଇନ ମନ୍ତ୍ରୀ କହିଛନ୍ତି।  ଏପଟେ ୧୯୮୩ ମସିହାରୁ ଚଳିତବର୍ଷ ଜୁଲାଇ ପର୍ଯ୍ୟନ୍ତ ହୁଣ୍ଡିରୁ ମୋଟ ୭୦ କୋଟି ୬୭ ଲକ୍ଷ ୯୨ ହଜାର ଟଙ୍କା ଅାଦାୟ ହୋଇଥିବା ତଥ୍ୟ ରଖିଥିଲେ ମନ୍ତ୍ରୀ।

You might also like