ରଥଯାତ୍ରା 2020: ବଡଦାଣ୍ଡରେ ଗଡ଼ିଲା ତାଳଧ୍ୱଜ

ପୁରୀ; ଶ୍ରଦ୍ଧାଳୁ ନାହାନ୍ତି। କୋଳାହଳ ନାହିଁ। ତଥାପି ନୀତିକାନ୍ତି ଭିତରେ ଆରମ୍ଭ ହୋଇଛ ଶ୍ରୀଜିଉଙ୍କ ନବଦିନ ବ୍ୟାପି ଯାତ୍ରା। ବଡଦାଣ୍ଡରେ ତିନିରଥ ଉପରେ ବିଜେ ଚତୁର୍ଦ୍ଧାମୂର୍ତ୍ତି। ଠାକୁରରାଜା ଛେରା ପହରା କରିବା ପରେ ବଡଦାଣ୍ଡରେ ଗଡିବା ଆରମ୍ଭ କରିଛି ରଥ। ପ୍ରଥମେ ବଡଭାଇ ଭଳଭଦ୍ରଙ୍କ ତଳଧ୍ୱଜ ରଥ ଟଣା ଚାଲିଛି।

ରଥ ଟାଣି ନେଉଛନ୍ତି ପୋଲିସ ଓ ସେବାୟତ। ଗଡି ଗଡି ଚାଲିଛି ବଳଦେବଙ୍କ ରଥ। ଚର୍ମଚକ୍ଷୁରେ ନ ହେଲ ନାହିଁ ଟେଲିଭିଜନ ପରଦାରେ ଲୋକେ ଦେଖୁଛନ୍ତି ତାଙ୍କର ପ୍ରିୟ ଠକୁରଙ୍କୁ।

ସୂଚନାଥାଉ କି, କୋଭିଡ କଟକଣା ମଧ୍ୟରେ ପୁରୀରେ ଚାଲିଛି ରଥଯାତ୍ରା ପରମ୍ପରା। ବଡଦାଣ୍ଡରେ ଆଜି ନିର୍ଦ୍ଧାରିତ ସମୟ ଅନୁଯାୟୀ ମଙ୍ଗଳଆଳତି, ତଡପଲାଗି, ଦ୍ୱାରପାଳ ପୂଜା ହୋଇଥିଲା । ଏହାପରେ ୬ଟା ୪୦ରେ ରଥ ପ୍ରତିଷ୍ଠା କରାଯିବ ଏବଂ ୬ଟା ୪୫ରେ ମଙ୍ଗଳାର୍ପଣ ହୋଇଥିଲା।

ଏହା ପରେ ସକାଳ୧୦ଟାରୁ ୧୦ଟା୩୦ ଭିତରେ ମଦନମୋହନ ବିଜେ, ୧୦ଟା ୩୦ରୁ ୧୧ଟାରେ ଚିତା ଲାଗି ଓ ୧୧ଟାରୁ  ୧୧ଟା୩୦ ରେ ବେଶ ଶେଷ ହେବ। ୧୧.୩୦ରୁ ୧୨ଟା ୧୫  ଭିତରେ ଛେରାପହଁରା କରାଯିବ। ପରେ  ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଲାଗିବ। ପରେ ଆରମ୍ଭ  ହୋଇଛି ରଥଟଣା।

 

 

 

ଆହୁରି ପଢ଼ନ୍ତୁ

ପୁରୀରେ ୨ ଛଦ୍ମବେଶୀ ସେବାୟତ ଅଟକ

ଆଡ଼ପ ମଣ୍ଡପକୁ ବିଜେ କଲେ ତିନି ଠାକୁର

ରଥଯାତ୍ରାରେ ସାମିଲ ୫ ହଜାର ବ୍ୟକ୍ତିଙ୍କର କୋଭିଡ୍ ଟେଷ୍ଟ ହେବ

ରଥଯାତ୍ରା 2020: ରଥ ଉପରେ ତିନି ଠାକୁର..ଅପେକ୍ଷା ଗଜପତିଙ୍କୁ…

ରଥଯାତ୍ରା 2020:ପହଣ୍ଡି ବେଳେ ଏମିତି ଦିଶୁଛନ୍ତି ବଡ଼ଠାକୁର, ଭିଡିଓ ଦେଖି ବିହ୍ୱଳ ଭକ୍ତ

ରଥଯାତ୍ରା 2020:ସୁପ୍ରିମକୋର୍ଟଙ୍କ ଏହିସବୁ ସର୍ତ୍ତାବଳୀ ଭିତରେ ଚାଲିଛି ପୁରୀ ରଥଯାତ୍ରା

ରଥଯାତ୍ରା 2020: ଆରମ୍ଭ ହେଲା ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ

ରଥଯାତ୍ରା 2020: ଆଜି ଘୋଷଯାତ୍ରା- ଭାଇଭଉଣୀଙ୍କୁ ଧରି ଗୁଣ୍ଡିଚା ଘର ଯିବେ ଜଗତର ନାଥ

ରଥଯାତ୍ରା 2020:ଘୋଷଯାତ୍ରା ପାଇଁ ନୀତି ନିର୍ଘଣ୍ଟ- ଜାଣନ୍ତୁ, ପହଣ୍ଡି ଆରମ୍ଭର ସମୟ

ବଡଦାଣ୍ଡରେ ଗଡ଼ିବ ନନ୍ଦିଘୋଷ, ଅନୁମତି ଦେଲେ ସୁପ୍ରିମକୋର୍ଟ

ରଥଯାତ୍ରା ବନ୍ଦ ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କ ଘର ଉପରକୁ ଅଣ୍ଡା ମାଡ଼

ରାତି ପାହିଲେ ରଥଯାତ୍ରା: ବଡ଼ଦାଣ୍ଡରୁ ହଟୁଛନ୍ତି ଉଠା ଦୋକାନୀ

You might also like