ଘୋଷଯାତ୍ରା ପାଇଁ ବସିଲା ୨୦୧୯ର ପ୍ରଥମ ରଥ ସମନ୍ୱୟ ବୈଠକ

ପୁରୀ(ମଧୁସୂଦନ ମିଶ୍ର): ପୁରୀରେ ବସିଲା ୨୦୧୯ର ପ୍ରଥମ ରଥ ସମନ୍ୱୟ ବୈଠକ। ଆସନ୍ତା ଜୁଲାଇ ୪ ତାରିଖରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନରଙ୍କ ଅଧ୍ୟକ୍ଷତାରେ ପ୍ରଥମ ସମନ୍ୱୟ ବୈଠକ ବସିଛି। ବୈଠକରେ ମୋଟ୍‌ ୨୧ଟି ପ୍ରାସ୍ତାବ ଉପରେ ଆଲୋଚନା କରାଯାଇଛି।

ତେବେ ଏହି ବୈଠକରେ ସହରର ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ଆଲୋଚନାର ଫୋକସ୍‌ରେ ରହିଥିଲା। ଏଥର ରଥଯାତ୍ରା ବେଳେ ୩୦ଟି ଆମ୍ବୁଲାନ୍ସ, ୩୧ଟି ଫାଷ୍ଟ୍ ଏଡ୍ ସେଣ୍ଟର ଏବଂ ୩୨ଟି ପାଣିଟାଙ୍କିର ବ୍ୟବସ୍ଥା କରାଯାଇଛି। ରଥଯାତ୍ରା ବେଳେ ସହରର ଆବର୍ଜନା ପାଣି ନିଷ୍କାସନରେ ଗତବର୍ଷ ସମସ୍ୟା ଦେଖାଦେଇଥିବାରୁ ନାଳ ନର୍ଦ୍ଦମାରେ ଯେପରି ପ୍ଲାଷ୍ଟିକ୍ ଓ ଅଳିଆ ଆବର୍ଜନା ପକା ନଯାଏ, ସେ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

ସେହିଭଳି ସୁରକ୍ଷା ପ୍ରସଙ୍ଗ, ଟ୍ରାଫିକ୍ ନିୟନ୍ତ୍ରଣ, ରଥକାଠ, ରଥ ଦଉଡ଼ି ଯୋଗାଣ ଆଦି ଅନ୍ୟ ପ୍ରସଙ୍ଗରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଛି।

You might also like