ପୁରୀ : ଆଗାମୀ ରଥଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଶ୍ରୀମନ୍ଦିରରୁ ମାଳ ଓ ମହାପ୍ରସାଦ ନେଇ ନୀତି ପ୍ରଶାସକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନୟାଗଡ଼ ବନଖଣ୍ଡ ଅନ୍ତର୍ଗତ ବଡରାଉଳ ଠାକୁରାଣୀଙ୍କୁ ନିମନ୍ତ୍ରଣ ଲାଗି ଯାତ୍ରା କରିଛନ୍ତି।
ମଙ୍ଗଳବାର ବଡରାଉଳ ଠାକୁରାଣୀଙ୍କ ମନ୍ଦିରରେ ହୋମ, ପୂଜାର୍ଚ୍ଚନା ଆଦି କରାଯିବ। ଠାକୁରାଣୀଙ୍କୁ ମାଳ, ମହାପ୍ରସାଦ ଲାଗି କରାଯିବ। ଏହାପରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଆବଶ୍ୟକ ଅସନ, ଫାସି ଓ ଧଉରା କାଠ ଆଦିକୁ କଟାଯିବା ପାଇଁ ମା’ ବଡ଼ରାଉଳ ଠାକୁରାଣୀଙ୍କ ଅନୁମତି ପ୍ରଦାନ କରିବାର ପ୍ରଥା ପରମ୍ପରା ରହିଆସିଛି।
ସେହି ଅନୁସାରେ ନୟାଗଡ଼ ବନଖଣ୍ଡ ପକ୍ଷରୁ କାଠ କଟା ପ୍ରସ୍ତୁତି ଆରମ୍ଭ ହେବ।