ଶୃଙ୍ଖଳିତ ରଥଯାତ୍ରା ପରିଚାଳନା ପାଇଁ ପ୍ରଥମ ସମନ୍ୱୟ କମିଟି ବୈଠକ

ପୁରୀ ( ମଧୁସୂଦନ ମିଶ୍ର) : ଆସନ୍ତା ଜୁଲାଇ ୪ରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ଶୃଙ୍ଖଳିତ ରଥଯାତ୍ରା ପରିଚାଳନା ପାଇଁ ଆଜି ବସିଛି ପ୍ରଥମ ସମନ୍ୱୟ କମିଟି ବୈଠକ। କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଏହି ବୈଠକ ହେଉଛି।

ବୈଠକରେ ରଥ କାଠ ଯୋଗାଣ, ରଥ ନିର୍ମାଣ ଏବଂ ନୀତିକାନ୍ତି ପାଇଁ ବିଭିନ୍ନ ଦ୍ରବ୍ୟ ଯୋଗାଣ ସମ୍ପର୍କରେ ଆଲୋଚନା କାର୍ଯ୍ୟକ୍ରମ ରହିଛି। ଏଥିସହିତ ସହରର ରାସ୍ତାଘାଟ,ସ୍ୱାସ୍ଥ୍ୟ, ପରିମଳ, ଡ୍ରେନେଜ ଓ ସ୍ୱରେଜ, ପାନୀୟ ଜଳ, ବିଦ୍ୟୁତ୍‌ ଯୋଗାଣ, ଯାତ୍ରୀ ପରିବହନ,ରେଳ ଚଳାଚଳ ଓ ସୁରକ୍ଷା ଉପରେ ବିସ୍ତୃତ ଆଲୋଚନା କରାଯିବ।

You might also like