ରାଜ୍ୟର ବିଭିନ୍ନ ସ୍ଥାନରେ ଆନନ୍ଦଉଲ୍ଲାସର ସହ ରଥଯାତ୍ରା ପାଳିତ

ଭୁବନେଶ୍ୱର : ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ବି ବେଶ୍ ଆନନ୍ଦଉଲ୍ଲାସର ସହ ପାଳିତ ହୋଇଛି ରଥଯାତ୍ରା। ବାରିପଦାରେ ଆଜି ତିନି ରଥରେ ତିନିଠାକୁରଙ୍କୁ ପହଣ୍ଡି ବିଜେ କରାଯାଇଛି।

ଏଠାରେ ଆସନ୍ତାକାଲି ବଳଭଦ୍ରଙ୍କ ରଥ ଟଣା ଯିବ ଏବଂ ପରଦିନ ଦେବୀ ସୁଭଦ୍ରା ଓ ଜଗନ୍ନାଥଙ୍କ ରଥ ଟାଣିବେ ଭକ୍ତ। ସେହିଭଳି ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଧାଡ଼ି ପହଣ୍ଡିରେ ରଥାରୁଢ଼ କରାଯିବା ପରେ ରଥଟଣା ଆରମ୍ଭ ହୋଇଥିଲା।

ପରମ୍ପରା ଅନୁସାରେ, ଏଠାରେ ଆଦିବାସୀ ଗାଁ  ମୁଖିଆ ଛେରା ପହଁରା କରିଥିଲେ। ଏପଟେ ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାରେ ବି ରଥାରୁଢ ହେବା ପ୍ରଭୁ ବଳଭଦ୍ର ଜୀଉଙ୍କ ରଥକୁ ଟାଣି ନେଇଛନ୍ତି ଭକ୍ତ। ଏଠାରେ ଆସନ୍ତାକାଲି ମଧ୍ୟ ରଥ ଟଣାଯିବ। ସେହିଭଳି ରାଜଧାନୀ ଭୁବନେଶ୍ୱରର ଇସ୍କନ, ଆର୍‌ସିଏମ୍ ମନ୍ଦିର ପକ୍ଷରୁ ମଧ୍ୟ ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ଆୟୋଜନ କରାଯାଇଛି।

You might also like