ରଥ ଚକ ଭାଙ୍ଗିଯିବାରୁ ବାଉଁଶରେ ବୁହା ହେଲେ ତିନି ଠାକୁର

ଯାଜପୁର  : ରଥଚକ ଭାଙ୍ଗିଯିବାରୁ ବାଉଁଶରେ ବୁହା ହେଲେ ତିନି ଠାକୁର। ଘଟଣା ଘଟିଛି ଯାଜପୁର ଜିଲ୍ଲା ବ୍ୟାସନଗର ସ୍ଥିତ ବ୍ୟାସ ସରୋବର ଜଗନ୍ନାଥ ମନ୍ଦିରରେ। ରଥ ଟଣା ବେଳେ କାଠ ଚକ ଭାଙ୍ଗିଯିବାରୁ ଭକ୍ତମାନେ ତିନି ଠାକୁରଙ୍କ ବିଗ୍ରହକୁ ବାଉଁଶରେ ବାନ୍ଧି ମାଉସୀମା ମନ୍ଦିର ଯାଏଁ କାନ୍ଧରେ ବୋହିଥିଲେ।

ବ୍ୟାସନଗର ପୌର ପରିଷଦ ପକ୍ଷରୁ ରଥ ମରାମତି ପାଇଁ ୮୦ ହଜାର ଟଙ୍କା ଦିଆଯିବା ସତ୍ତ୍ୱେ ପୁରୁଣା ଚକରେ ରଥ ଟାଣିବାରୁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି।

You might also like