ସରିଲା ଚକ ଡେରା କାମ, ଆଜି ଆରମ୍ଭ ହେବ ୩ ରଥର ମୁହାଁଟି ବାଡିଆ

ରଥ ଖଳାରେ ଆଗେଇ ଚାଲିଛି ତିନି ଠାକୁରଙ୍କ ରଥ ନିର୍ମାଣ କାମ

ପୁରୀ: ଜୋରଦାର ଆଗେଇ ଚାଲିଛି ମହାପ୍ରଭୁଙ୍କ ତିନିରଥର ନିର୍ମାଣ କାର୍ଯ୍ୟ। ବିଶ୍ୱକର୍ମା ସେବକ ପରମ୍ପରା ଅନୁଯାୟୀ ରଥ ନିର୍ମାଣ କାମ କରୁଛନ୍ତି । ଚକ ଡେରା ପରେ ଆଜି ୩ ରଥର ମୁହାଁଟି ବାଡିଆ କାମ ଆରମ୍ଭ ହେବ।

ସ୍ନାନ ପୂର୍ଣ୍ଣମୀରେ ଚାରିନାହାକା ଉଠିବାର ପରମ୍ପରା ରହିଥିବାରୁ ଭୋଇସେବକ ମହାରଣାଙ୍କୁ ନାହାକା କାଠ ଯୋଗାଇଛନ୍ତି। ଏଥିସହ ଦଣ୍ଡା, ମୁହାଁଟ, କୋଣଗୁଜ କାମ ଆଗେଇ ଚାଲିଛି।

କୋଣଗୁଜରେ ହାତୀବିରାଳ ଓ ସିଂହବିରାଳ ଖୋଦେଇ କାମ କରାଯାଉଛି। ସେପଟେ ରଥ କାମରେ ପାଉଣାକୁ ନେଇ ମହାରଣାଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି॥ ପାଉଣକୁ ଦେଢ ଗୁଣା ବଢାଇବାକୁ ଦାବି କରିଛନ୍ତି ମହାରଣା କାରିଗର।

You might also like