କିଏ ଟାଣିବ ରଥ, ହାତୀ ନା ମେସିନ୍?

ପୁରୀ: ରଥଯାତ୍ରାକୁ ନେଇ ଭକ୍ତଙ୍କ ମନରେ ଯେତିକି ଉତ୍କଣ୍ଠା ବଢୁଛି, ସେତିକି ଆଶା ଆଶଙ୍କାରେ ଠେଲି ହେଉଯାଉଛି। ରଥଯାତ୍ରାକୁ ମାତ୍ର ଆଉ କିଚିଟା ଦିନ ବାକି ଥିବା ବେଳେ ଏପର୍ଯ୍ୟନ୍ତ ଏନେଇ ରାଜ୍ୟ ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି। କିନ୍ତୁ କେମିତି ହେବ ରଥଟଣା, ହାତୀ- ମେସିନ୍‌କୁ ନେଇ ଆରମ୍ଭ ସବୁଆଡେ ହୋଇଯାଇଛି ଚର୍ଚ୍ଚା।

ଘୋଷଯାତ୍ରାରେ ଶ୍ରୀକ୍ଷେତ୍ରରେ କିଭଳି ହେବ ରଥଟଣା। ମେସିନ କିମ୍ବା ହାତୀ ଦ୍ୱାରା ରଥ ଟଣାଯିବ, ସେ ସମ୍ପର୍କରେ ଶୀଘ୍ର ନିଷ୍ପତ୍ତି ନେବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବା ପରେ ସେବାୟତ ମାନଙ୍କ ମଧ୍ୟରେ ପ୍ରକାଶ ପାଇଛି ମିଶ୍ର ପ୍ରତିକ୍ରିୟା।

ବରିଷ୍ଠ ଦଇତାପତି ତଥା ସୁଦୁସୁଆର ନିଯୋଗ ସମ୍ପାଦକ ପ୍ରେମାନନ୍ଦ ଦାସ ମହାପାତ୍ର କହିଛନ୍ତି, ହାତୀ ଦ୍ୱାରା ରଥ ଟଣାଯିବା ଉଚିତ୍। ହାତୀ, ସେବାୟତ ଓ ପୋଲିସ ମିଶି ରଥ ଟାଣିଲେ ଭଲ। ଆଉ ଜଣେ ବରିଷ୍ଠ ଦଇତାପତି ବିନାୟକ ଦାସ ମହାପାତ୍ର ହାତୀ ଦ୍ୱାରା ରଥଟଣାକୁ ସମ୍ପୂର୍ଣ୍ଣ ଅସ୍ୱୀକାର କରିନଥିଲେ ମଧ୍ୟ ଏଥିପାଇଁ ବୋଲ ମାନୁଥିବା ହାତୀ ଦରକାର ବୋଲି କହିଛନ୍ତି।

ସେପଟେ ସୁଭଦ୍ରାଙ୍କ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣା କହିଛନ୍ତି, ମେସିନ୍ ଲଗାଇ ଟାଣିଲେ ଭଲ ହେବ ଆଜି ସୁଦୁସୁଆର ନିଯୋଗ ପକ୍ଷରୁ ରଥ ଟାଣିବା ପାଇଁ ୫୦ ଜଣଙ୍କ ତାଲିକା ଦିଆଯାଇଛି।

You might also like