ଚଳିତ ବର୍ଷ ରଥଯାତ୍ରା ନକରିବା ଉଚିତ୍: ଖାରବେଳ ସ୍ୱାଇଁ

ପୁରୀ: ଚଳିତ ବର୍ଷ ରଥଯାତ୍ରା ନକରିବା ଉଚିତ୍। ରଥାଯାତ୍ରା ହେଲେ କରୋନା ସଂକ୍ରମଣ ବଢ଼ିପାରେ। ତେଣୁ ରାଜ୍ୟ ଓ କେନ୍ଦ୍ରସରକାର ରଥଯାତ୍ରା କରିବାକୁ ଚାହୁଁ ନାହାନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ଖାରବେଳ ସ୍ୱାଇଁ।

ରଥଯାତ୍ରା ହେଲେ ସାରା ବିଶ୍ୱକୁ ଭୁଲ ସନ୍ଦେଶ ଯିବ। ଅନ୍ୟ ଧର୍ମର ସବୁ କାର୍ଯ୍ୟକ୍ରମ ବନ୍ଦ ହୋଇଛି। ତେଣୁ ରଥଯାତ୍ରା ବନ୍ଦ ନିଷ୍ପତ୍ତି ଠିକ୍ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସମସ୍ତେ ମାନିବା ଜରୁରୀ ବୋଲି ଖାରବେଳ କହିଛନ୍ତି।

ଗୋଟିଏ ପଟେ ରଥଯାତ୍ରା ବନ୍ଦକୁ ନେଇ ବିଜେପି ହେଉଁ କି କଂଗ୍ରେସ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ତିବ୍ର ସମାଲୋଚନା କରୁଥିବା ଅନ୍ୟପଟେ ଖାରବେଳ କିନ୍ତୁ ଏମିତି ବୟାନ ଦେଇଛନ୍ତି। ତେବେ ଗତକାଲି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ରଥଯାତ୍ରା ବନ୍ଦ ନେଇ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ।

ସେ କହିଥିଲେ ଏହି ଦିନ ଓଡ଼ିଶା ଇତିହାସରେ ସ୍ମରଣୀୟ ହୋଇ ରହିବ। ଯାହା ଆଶଙ୍କା ହେଉଥିଲା ଯେ ଚକ୍ରାନ୍ତ ଓ ଷଡ଼ଯନ୍ତ୍ର ଚାଲିଛି। ଶେଷରେ ସେମାନେ ସଫଳ ହେଲେ ବୋଲି ବିଜୟ କହିଥିଲେ। ସେହିଭଳି କଂଗ୍ରେସ ନେତା ସୁର ରାଉତ୍‌ରାୟ ମଧ୍ୟ କ୍ୟାମେରା ସାମ୍ନାରେ କାନ୍ଦି ପକାଇଥିଲେ। ଭଗବାନ କାହାକୁ ଛାଡ଼ିବେନି ବୋଲି କହିଥିଲେ ସୁର।

ଆହୁରି ପଢ଼ନ୍ତୁ

You might also like