• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ରଥଯାତ୍ରା ପ୍ରସଙ୍ଗ ନେଇ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧି। ସରକାରଙ୍କ ମୁଖା ଖୋଲିଯାଇଛି ବୋଲି କହିଛନ୍ତି କଂଗ୍ରେସ ନେତା ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର।

ସେ କହିଛନ୍ତି ଯେ ମହାରାଜା ସତକୁ ଭକ୍ତଙ୍କ ଆଗରେ ପ୍ରକାଶ କରିଛନ୍ତି। ଗଜପତିଙ୍କ ଶେଷ ଚିଠି ଗୁରୁତ୍ୱପୂର୍ଣ୍ଣ। ହୃଦୟର ଭାବ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିଲେ। ସାଲଭେଙ୍କୁ କାହିଁକି ନିଆଯାଇଥିଲା। ତାଙ୍କୁ ଦିଆଯାଇଥିବା ପଇସା କାହା ପଇସା, ଯେଉଁମାନେ ଜଗନ୍ନାଥଙ୍କ ବଡ଼ ଭକ୍ତ କହୁଥିଲେ, ସେମାନଙ୍କର ମୁଖା ଖୋଲିଛି। ମନ ଭିତରେ ଦାମ୍ଭିକତା ଭାଙ୍ଗିଯାଇଛି ବୋଲି ସେ କହିଛନ୍ତି ।

ସେପଟେ  ରଥଯାତ୍ରା ସଂପର୍କରେ ଗଜପତିଙ୍କ ମନ୍ତବ୍ୟ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ପରିଚାଳନାରେ ସରକାରଙ୍କ ତ୍ରୁଟି ଥିଲା। କାହିଁକି ପରିଚାଳନା କମିଟି ସୁପାରିଶ ଗ୍ରହଣ କରିନଥିଲେ ସରକାର ସ୍ପଷ୍ଟ କରନ୍ତୁ। ଏହାକୁ ନେଇ ସରକାର ସ୍ପଷ୍ଟ କରିବା ଦରକାର ବୋଲି କହିଛନ୍ତି ପୃଥ୍ୱୀରାଜ। ଗତକାଲି ରଥଯାତ୍ରା ଆୟୋଜନ ପ୍ରସଙ୍ଗରେ ଓଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ପ୍ରତିକ୍ରିୟା ରଖିଥିଲେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ।

https://www.youtube.com/watch?v=Lh6B5XAA1vc

Rath-yatra-row-reaction-arya-kumar-gyanendra-prithviraj-harichandan-on-puri-kings-statements
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories