ଜଗନ୍ନାଥ ଭକ୍ତଙ୍କ ସହ ବିଶ୍ୱାସଘାତ: ‘ଆଇନ୍‌ ମନ୍ତ୍ରୀ, ଏଜିଙ୍କୁ ବହିଷ୍କାର କର’

ଭୁବନେଶ୍ୱର: ରଥଯାତ୍ରା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ଗଜପତିଙ୍କ ସାକ୍ଷାତକାର ପରେ ସରକାର ଜଗନ୍ନାଥ ପ୍ରେମୀଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ବୋଲି କହିବା ସହ ଆଇନମନ୍ତ୍ରୀ ଓ ଆଡଭୋକେଟ ଜେନେରାଲଙ୍କୁ ତୁରନ୍ତ ବହିଷ୍କାର କରିବାକୁ କଂଗ୍ରେସ ଦାବି କରିଛି।

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ କହିଛନ୍ତି ଯେ, କୋଟିକୋଟି ଭକ୍ତଙ୍କ ଭାବାବେଗ ସହ ଜଡ଼ିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାକୁ ବନ୍ଦ କରିବା ନିମନ୍ତେ ରାଜ୍ୟ ସରକାର ହିଁ ପ୍ରଥମରୁ ଷଡ଼ଯନ୍ତ୍ର କରିଥିଲେ। ଏପରିକି ଅଦାଲତଙ୍କ ଆଢ଼ୁଆଳରେ ଏକ ନିର୍ଦ୍ଦିଷ୍ଟ ଏନଜିଓ ସଂସ୍ଥା ସହ ଭିତିରିଆ ଫିକ୍ସିଂ କରାଇଥିଲେ।

ରଥଯାତ୍ରା ବନ୍ଦ ପାଇଁ ରାଜ୍ୟ ସରକାର ଷଡ଼ଯନ୍ତ୍ର କରିଥିଲେ। ଅଦାଲତ ଆଢୁଆଳରେ ସରକାର ଏକ NGO ସହ ଭିତିରିଆ ଫିକ୍ସିଂ କରିଥିଲେ। ଗଜପତି କହିଛନ୍ତି ସରକାର କୋର୍ଟରେ ପରିଚାଳନା କମିଟି କଥା କହିନଥିଲେ। ପିଟିସନକାରୀ NGOର ଓକିଲ କଥାରେ ହଁ ଭରିଥିଲେ ରାଜ୍ୟ ସରକାରଙ୍କ ଓକିଲ।କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ସହ ବିଶ୍ୱାସଘାତ କରିଛନ୍ତି ରାଜ୍ୟ ସରକାର ବୋଲି ସେ କହିଛନ୍ତି।

ସେହିପରି ଆଇନ ମନ୍ତ୍ରୀ ଓ ଆଡଭୋକେଟ୍ ଜେନେରାଲଙ୍କ ଭୂମିକା ବି ସନ୍ଦେହ ଘେରରେ। ହରିଶ ସାଲଭେ ପ୍ରତିପକ୍ଷ କଥାରେ ହଁ ମାରିଲେ, ତାଙ୍କୁ କିଏ ବ୍ରିଫିଙ୍ଗ କରିଥିଲେ। ଯଦି ନବୀନ ବାବୁ ଷଡ଼ଯନ୍ତ୍ର ରଚି ନାହାନ୍ତି ତାହାହେଲେ ଆଇନ ମନ୍ତ୍ରୀ, ଏଜିଙ୍କୁ ବିଦା କରନ୍ତୁ ବୋଲି ଶ୍ରୀ ନାୟକ ଦାବି କରିଛନ୍ତି।

ଗଜପତି ମହାରାଜାଙ୍କ ଦ୍ୱାରା ଗଣମାଧ୍ୟମରେ ଦିଆଯାଇଥିବା ବୟାନ ଏହି ଅଭିଯୋଗକୁ ପ୍ରମାଣିତ କରାଇଛି। ଗଜପତି ମହାରାଜା ସ୍ପଷ୍ଟ ଭାବେ କହିଛନ୍ତି ଯେ, ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିଶା ନିଯୋଗର କଥାକୁ ରାଜ୍ୟ ସରକାର ରଖିନଥିଲେ। ଆବେଦନକାରୀ ଏନଜିଓଙ୍କ ଓକିଲ ଯାହା କହିଥିଲେ ସେଥିରେ ରାଜ୍ୟ ସରକାରଙ୍କ ଓକିଲ ହଁ ରେ ହଁ ମିଶାଇଥିଲେ। ଯାହାକି ସମସ୍ତଙ୍କୁ ହତବାକ କରି ଦେଇଥିଲା ବୋଲି ଗଜପତି ମହାରାଜା କହିଛନ୍ତି। ଏଥିରୁ ସ୍ପଷ୍ଟ ଯେ କୋଟିକୋଟି ଓଡ଼ିଆ ଓ ଶ୍ରୀଜଗନ୍ନାଥପ୍ରେମୀଙ୍କ ସହ ରାଜ୍ୟ ସରକାର ବିଶ୍ୱାସଘାତକତା କରିଛନ୍ତି।

ଗଜପତି ମହାରାଜା କେବଳ ମହାପ୍ରଭୁଙ୍କ ଆଦ୍ୟ ସେବକ ନୁହଁନ୍ତି ବରଂ ଶ୍ରୀମନ୍ଦିର ପରିଚାଳନା କମିଟିର ମୁଖ୍ୟ ମଧ୍ୟ। ଶ୍ରୀଜଗନ୍ନାଥ ମନ୍ଦିର ଆଇନ-୧୯୫୫ ଅନୁସାରେ ମନ୍ଦିର ପରିଚାଳନାରେ ଗଜପତି ମହାରାଜାଙ୍କ ନିଷ୍ପତ୍ତି ଚୂଡ଼ାନ୍ତ କିନ୍ତୁ ରାଜ୍ୟ ସରକାର ତାଙ୍କର ୩ଟା ଚିଠିର ଉତ୍ତର ବି ଦେଇନାହାନ୍ତି।

ହାଇକୋର୍ଟ ରଥଯାତ୍ରା ହେବ କି ନହେବ ସେନେଇ ନିଷ୍ପତ୍ତି ଦାୟିତ୍ୱ ରାଜ୍ୟ ସରକାରଙ୍କ ଉପରେ ଛାଡ଼ିବା ପରେ ଚୁପ୍ ବସିବାକୁ କିଏ ପରାମର୍ଶ ଦେଇଥିଲା ବୋଲି କଂଗ୍ରେସ ଜାଣିବାକୁ ଚାହୁଁଛି। ରଥଯାତ୍ରା ହେଉ ବୋଲି କଂଗ୍ରେସ ପ୍ରଥମରୁ କହି ଆସୁଥିଲା। ଏବାବଦରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଚିଠି ମଧ୍ୟ ଲେଖିଥିଲେ।

ପୁରୀ ଯୁବ କଂଗ୍ରେସର କାର୍ଯ୍ୟକାରୀ ସଭାପତି ବିଶ୍ୱନାଥ ଦାଶ ହାଇକୋର୍ଟରୁ ସୁପ୍ରିମକୋର୍ଟଙ୍କ ଶେଷ ଶୁଣାଣି ପର୍ଯ୍ୟନ୍ତ ଯାଇଥିଲେ। ତେଣୁ ରଥଯାତ୍ରା ବନ୍ଦ ନକରିବା ପାଇଁ ଯଦି ମୁଖ୍ୟମନ୍ତ୍ରୀ ମିଳିତ ଭାବେ ଏହି ଷଡ଼ଯନ୍ତ୍ର ରଚି ନାହାନ୍ତି ତା’ହେଲେ ନିଜର ସ୍ୱଚ୍ଛତା ପ୍ରତିପାଦନ ପାଇଁ ତୁରନ୍ତ ଆଇନମନ୍ତ୍ରୀ ଓ ଆଡଭୋକେଟ୍ ଜେନେରାଲଙ୍କୁ ବରଖାସ୍ତ କରନ୍ତୁ ବୋଲି କଂଗ୍ରେସ ଦାବି କରୁଛି ବୋଲି ଶ୍ରୀ ନାୟକ କହିଛନ୍ତି।

ଆହୁରି ପଢ଼ନ୍ତୁ

‘ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମନେପଡ଼େ ନିର୍ବାଚନ ମଣ୍ଡଳୀ କଥା’

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

୧,୭୦୯ ଜଣ ପୋଲିସ୍ କର୍ମଚାରୀଙ୍କୁ ଦିଆଯିବ ‘ଆନ୍ତରିକ ସୁରକ୍ଷା ସେବା ପଦକ’

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

You might also like