ପୁରୀ: ଆସନ୍ତାକାଲି ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର। ରଥଖଳାରୁ ତିନି ରଥକୁ ଶ୍ରୀମନ୍ଦିର ସମ୍ମୁଖ ରଥ ଚକଡ଼ାକୁ ନିଆଯାଇଛି। ପ୍ରଥମେ ନନ୍ଦିଘୋଷ ରଥକୁ ନିଆଯାଇଥିଲା। ଏହା ପରେ ଦେବଦଳନ ଓ ତାଳଧ୍ୱଜ ରଥକୁ ନିଆଯାଇଛି।
ଏହା ପୂର୍ବରୁ ଅନୁଷ୍ଠିତ ହୋଇଛି ରଥ ଆଜ୍ଞାମାଳ ନୀତି। ପରମ୍ପରା ମୁତାବକ ସକାଳ ଧୂପ ପରେ ପୂଜାପଣ୍ଡା ସାମନ୍ତ ତିନି ବାଡ଼ରୁ ଆଜ୍ଞାମାଳ ଆଣି ତିନି ରଥରେ ଦେଇଥିଲେ। ୩ ରଥକୁ ଆଜ୍ଞାମାଳ ବିଜେ କରିଥିଲେ ପୂଜା ପଣ୍ଡା। ସେପଟେ ଆଜି ରାତି ୯ଟା ପର୍ଯ୍ୟନ୍ତ ବାହାର କାଠ ନିକଟରେ ଭକ୍ତମାନେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବାର ବ୍ୟବସ୍ଥା କରାଯାଇଛି।
https://youtu.be/LUBEPxq62EE