ପରୀକ୍ଷା କଲେ ମହାପ୍ରଭୁ; ଯାହା ଘଟିଲା, ମନେରଖିବ ଇତିହାସ!

ପୁରୀ: ଭକ୍ତ ବିନା ବଡ଼ଦାଣ୍ଡ ରଥଯାତ୍ରା ପରି ଜଣାପଡେନାହିଁ। ମହାପ୍ରଭୁ ବି ରଥ ଉପରେ ବସି ଭାବୁଥିବେ, ମୋ ଭକ୍ତମାନେ କାହାନ୍ତି। ମହାପ୍ରଭୁ ଶ୍ରୀକ୍ଷେତ୍ରରୁ ବାହାରିଛନ୍ତି, କେବଳ ବଡଦାଣ୍ଡ ଭକ୍ତଙ୍କ ପାଇଁ ନୁହେଁ, ସେ ସମସ୍ତ ଜଗତ ପାଇଁ ବାହାରିଛନ୍ତି। ଅର୍ଥାତ୍ ଏ ସମଗ୍ର ସୃଷ୍ଟିରେ ଯେତେ ପ୍ରାଣୀ ଅଛନ୍ତି, ତାଙ୍କୁ ଦେବାପାଇଁ ବାହାରିଛନ୍ତି ବୋଲି କହିଛନ୍ତି ମହାରାଜା ଦିବ୍ୟସିଂହ ଦେବ।

ମହାରାଜା କହିଛନ୍ତି ଯେ, ‘ଅନେକ ଶାସ୍ତ୍ର ଓ ପୁରାଣରେ ବର୍ଣ୍ଣିତ ଅଛି ଯେ, ପବିତ୍ର ରଥଯାତ୍ରାରେ ଯେତେବେଳେ ମହାପ୍ରଭୁ ରଥାରୁଢ ହୁଅନ୍ତି, ଦେବଲୋକର ବ୍ରହ୍ମା, ମହେଶ୍ୱର ଓ ଦେବତାମାନେ ଏହି ସ୍ଥାନକୁ ଆଗମନ କରନ୍ତି। ଏପରିକି ବ୍ରହ୍ମାଣ୍ଡର ସମସ୍ତ ଦୈବ ଶକ୍ତି ଏହି ଅଲୌକିକ ଦର୍ଶନ ପାଇଁ ବିଜେ କରନ୍ତି। ଏହା ତାଙ୍କରି ଯାତ୍ରା ଓ ତାଙ୍କରି ଲୀଳା। ଏହାହିଁ ମାନବ ଜାତି ପାଇଁ କଲ୍ୟାଣ ଅଟେ। ଯାହାଦ୍ୱାରା ଆମେ ସବୁ ବିପଦରୁ ମୁକ୍ତି ପାଉ।’

ସେହିପରି ଚଳିତ ରଥଯାତ୍ରାରେ ମହାପ୍ରଭୁ ଭକ୍ତଙ୍କ ଠାରୁ ପରୀକ୍ଷା ନେଉଛନ୍ତି ବୋଲି ସେ କହିଛନ୍ତି। ଏନେ  ମହାରାଜା କହିଛନ୍ତି ଯେ କରୋନା ବେଳରେ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଏହା ହିଁ ଥିଲା ଆମ ପାଇଁ ପରୀକ୍ଷାର ଦିବସ। ଭକ୍ତମାନେ କେତେ ବ୍ୟାକୁଳ ଅଛନ୍ତି, ଏନେଇ ମହାପ୍ରଭୁ ପରୀକ୍ଷା କରୁଥିଲେ। ଏହାହିଁ ଥିଲା ମହାପ୍ରଭୁଙ୍କ ଲୀଳା ବୋଲି ସେ କହିଛନ୍ତି।

ମହାରାଜା ଆହୁରି କହିଛନ୍ତି ଯେ ‘ବିନା ଭକ୍ତରେ ୩ ଠାକୁର ଜନ୍ମବେଦୀକୁ ଯିବା ଏହା ବୋଧହୁଏ କୌଣସି ରାଜାଙ୍କ ଅମଳରେ ହୋଇନଥିବ। ଏହା ଏକ ଐତିହାସିକ ଘଟଣା। ଭକ୍ତ, ସେବକଙ୍କ ପାର୍ଥନା ଶୁଣି ମହାପ୍ରଭୁ ବିଜେ କଲେ। ସେଥିପାଇଁ ବିଶ୍ୱରେ କରୋନା ଯେଭଳି ସମସ୍ତଙ୍କୁ ଦୁଃଖ ଦେଇଚାଲିଛି, ତାହା କିଭଳି ଶେଷ ହେବ, ଏନେଇ ଆମେ ସମସ୍ତେ ମହାପ୍ରଭୁଙ୍କୁ ପ୍ରାର୍ଥନା କରିବା ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା: ପୋଲିସ୍‌ କମିଶନର କହିଲେ-ତଦନ୍ତ ଠିକ୍ ଭାବେ ଚାଲିଛି

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

You might also like