• translate
Abinash Pati

ଭୁବନେଶ୍ୱର: ଆଡ଼ପ ମଣ୍ଡପକୁ ବିଜେ କଲେ ତିନି ଠାକୁର। ଆଜି ସନ୍ଧ୍ୟାରେ ଗୋଟି ପହଣ୍ଡିରେ ପ୍ରଥମେ ଆଡ଼ପ ମଣ୍ଡପକୁ ବିଜେ କରିଥିଲେ ବଡ଼ଠାକୁର ବଳଭଦ୍ର। ବିଜେ କାହାଳୀ ବାଜିବା ପରେ ପ୍ରଥମେ ମଦନମୋହନ, ରାମକୃଷ୍ଣ ଓ ପରେ ସୁଦର୍ଶନ ଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିଲେ। ଏହାପରେ ବଳଭଦ୍ରଙ୍କୁ ସେବାୟତମାନେ ଆଡ଼ପ ମଣ୍ଡପରେ ଅବସ୍ଥାନ କରାଇ ସୁଭଦ୍ରାଙ୍କୁ ପହଣ୍ଡରେ ନେଇଥିଲେ।

ସବା ଶେଷରେ ଜନ୍ମବେଦୀକୁ ବିଜେ କରିଥିଲେ ମହାପ୍ରଭୁ ଜଗନ୍ନାଥ। ଏହା ପୂର୍ବରୁ ଆଜି ରଥ ଉପରେ ଠାକୁରଙ୍କର ସମସ୍ତ ନୀତିକାନ୍ତି ଶୃଙ୍ଖଳିତ ଭାବେ ଶେଷ ହୋଇଥିଲା। ଏପଟେ ଆଡ଼ପ ମଣ୍ଡରେ ଠାକୁରମାନେ ଅବସ୍ଥାନ କରିବା ବେଳେ ଶ୍ରଦ୍ଧାଳଙ୍କୁ ଦର୍ଶନ ପାଇଁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।

Other Stories