ଆଜି ରସଗୋଲା ଦିବସ

ପୁରୀ: ଆଜି ହେଉଛି ରସଗୋଲା ଦିବସ। ମହାପ୍ରଭୁ ଜଗନ୍ନାଥଙ୍କ ନୀଳାଦ୍ରି ବିଜେ ତିଥିରେ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଇଥାଏ। ନୀଳାଦ୍ରି ବିଜେ ସମୟରେ ମହାପ୍ରଭୁ ଜଗନ୍ନାଥ ଅଭିମାନିନୀ ମା’ଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବାର ପରମ୍ପରା ରହିଥିବାରୁ ଏହି ବଳିଷ୍ଠ ପ୍ରମାଣ ସହ ରସଗୋଲା ଦିବସ ପାଳନ କରାଯାଉଛି।

ରସଗୋଲାକୁ ନେଇ ଓଡ଼ିଶା-ପଶ୍ଚିମବଙ୍ଗ ଭିତରେ ବିବାଦ ଲାଗି ରହିଥିବାବେଳେ ଐତିହାସିକ ଓ ଗବେଷକଙ୍କ ମତରେ ଦ୍ୱାଦଶ ଶତାବ୍ଦୀରୁ ଶ୍ରୀମନ୍ଦିରରେ ରସଗୋଲା ଭୋଗ ଲାଗି ହେଉଥିବାର ପରମ୍ପରା ରହି ଆସିଛି। ରସଗୋଲା ଦିବସର ପ୍ରଚାର ଓ ପ୍ରସାର ଲାଗି ବିଭିନ୍ନ ସ୍ଥାନରେ ବିଶେଷ ଆୟୋଜନ ମଧ୍ୟ କରାଯାଇଛି।

You might also like