ବିରଳ ଧଳା ରଙ୍ଗର ସାପ: ରାତିରେ ରାସ୍ତା ପାର୍ ହେଉଥିବା ସମୟରେ ହଠାତ୍…

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ବାଲିସୁଆଁ ଗାଁରୁ ଉଦ୍ଧାର ହୋଇଛି ବିରଳ ଧଳା ରଙ୍ଗର ସାପ। ସଂପୂର୍ଣ୍ଣ ଧଳା ରଙ୍ଗର ଦେହ ଓ କଳା ରଙ୍ଗର ଆଖି ଥିବା ଏହି ସାପକୁ ବାଲିସୁଆଁର ଯୁବକ ଅବିନାଶ ସ୍ୱାଇଁ ଗତ ରାତିରେ ରାସ୍ତା ପାର୍ ହେଉଥିବା ଦେଖିଥିଲେ। ଏଭଳି ଧଳା ସାପ ଆଗରୁ ଦେଖିନଥିବାରୁ ସେ ଏକ ବାଡ଼ିରେ ସାପକୁ ଅଟକାଇ ପ୍ଲାଷ୍ଟିକ ଡବାରେ ପୂରାଇ ଆଣିଥିଲେ।

ଏହାପରେ ଫଟୋ ଉଠାଇ ସ୍ନେକ ହେଲପ ଲାଇନର ସଂପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ପଠାଇ ଚିହ୍ନଟ ପାଇଁ କହିଥିଲେ। ଏହି ସାପଟି ଲିଉସିଷ୍ଟିକ କମନ କ୍ରେଟ୍ ବା ଚିତି ପ୍ରଜାତିର ସାପ ବୋଲି କହିଥିଲେ ଶୁଭେନ୍ଦୁ। ଏହାପରେ ତାଙ୍କ ଟିମ୍ ଯାଇ ଅବିନାଶଙ୍କ ପାଖରୁ ସାପଟି ଆଣି ପ୍ରାକୃତିକ ଆବାସରେ ଛାଡ଼ି ଦିଆଯାଇଛି।

You might also like