• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ଏକ ଘରୋଇ ନର୍ସିଂହୋମ୍‌ରେ ଗତକାଲି ଏକ ଅଦ୍ଭୁତ ଶିଶୁ କନ୍ୟା ଜନ୍ମ ନେଇଛି l ଶିଶୁଟିର ଦୁଇଟି ମୁଣ୍ଡ ରହିଥିବା ବେଳେ ୩ଟି ହାତ, ୪ଟି ଆଖି ଓ ୪ଟି କାନ ରହିଛି l ଗତକାଲି ଦିନ ୧୧ଟାରେ ଶିଶୁଟି ଜନ୍ମ ହେବା ପରେ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଶିଶୁଟିକୁ କଟକ ଶିଶୁ ଭବନକୁ ସ୍ଥାନାନ୍ତର କରାଯାଇଥିଲା।

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା କଣୀ ଗାଁର ଉମାକାନ୍ତ ପରିଡ଼ାଙ୍କ ପତ୍ନୀ ଅମ୍ବିକା ଏହି ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି l ଶିଶୁଟିର ପିଠି ପଟକୁ ଗୋଟେ ହାତ ରହିଥିବା ଦେଖିବାକୁ ମିଳିଛି। କଟକ ଶିଶୁ ଭବନରେ ଝିଅର ଚିକିତ୍ସା ଚାଲିଥିବା ଉମାକାନ୍ତ ସୂଚନା ଦେଇଛନ୍ତି।

କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଯେଭଳି ଭାବେ ଚିକିତ୍ସା କରାଗଲା। ସେଭଳି ଚିକିତ୍ସା ଯୋଗାଇ ଦେବାକୁ ଶିଶୁକନ୍ୟାର ବାପା ଉମାକାନ୍ତ ସରକାରଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି, ‘କେନ୍ଦ୍ରାପଡ଼ାର ଏକ ଘରୋଇ ହସ୍ପିଟାଲ୍‌ରେ ଝିଅ ଜନ୍ମ ହେଲା। ଝିଅଟିର ୨ଟି ମୁଣ୍ଡ, ୩ଟି ହାତ, ୨ଟି ଗୋଡ଼, ୪ଟି ଆଖି ରହିଛି। ସେଠାରେ ଡାକ୍ତର ଝିଅକୁ କଟକ ଶିଶୁଭବନକୁ ରେଫର୍ କରିଥିଲେ।  ପାଖରେ ଟଙ୍କାର ଅଭାବ ରହିଛି। ତେଣୁ ଜଗା-କାଳିଆଙ୍କ ଯେଭଳି ଭାବରେ ଅପରେସନ୍‌ କରାଯାଇଥିଲା, ସେଭଳି ଚିକିତ୍ସା କରିବା ଲାଗି ସରକାରଙ୍କୁ ଅନୁରୋଧ କରୁଛି।’

୨୦୧୭ ଜୁଲାଇ ୧୪ ତାରିଖରେ କନ୍ଧମାଳ ଜିଲ୍ଲା ମିଲୁପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଦିଲ୍ଲୀ ଏମ୍‌ସରେ ଅସ୍ତ୍ରୋପଚାର ପାଇଁ ଭର୍ତ୍ତି କରାଯାଇଥିଲା। ଅପରେସନ ପାଇଁ ଗଠନ କରାଯାଇଥିଲା ଅଭିଜ୍ଞ ଡାକ୍ତରୀ ଟିମ୍।  ଯୋଡ଼ାମୁଣ୍ଡ ଭାଇଙ୍କର ସଫଳ ଅସ୍ତ୍ରୋପଚାର ହୋଇଥିଲା। ଦିଲ୍ଲୀରେ କିଛି ଦିନ ରହିବା ପରେ ୨୦୧୯ ସେପ୍ଟେମ୍ବର ୭ ତାରିଖରେ ଓଡ଼ିଶା ଫେରିଥିଲେ ଜଗା- କାଳିଆ। କଟକ ଏସ୍‌ସିବିରେ ତାଙ୍କର ଚିକିତ୍ସା ପାଇଁ ୧୬ ଜଣିଆ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ମଧ୍ୟ ଗଠନ କରାଯାଇଥିଲା। ସେବେଠାରୁ ସେମାନେ ଏସ୍‌ସିବି ଡାକ୍ତର ଖାନାରେ ରହି ଚିକିତ୍ସିତ ହେଉଥିଲେ। ଜଗା କ୍ରମେ ସୁସ୍ଥ ହୋଇଥିଲେ ବି କାଳିଆ ଅବସ୍ଥା ସୁଧୁରି ନଥିଲା। ଶେଷରେ କାଳିଆର ମୃତ୍ୟୁ ଘଟିଥିଲା। ଗତବର୍ଷ ନଭେମ୍ବର ୨୫ରେ କାଳିଆର ମୃତ୍ୟୁ ଘଟିଥିଲା।

କାଳିଆର ମୃତ୍ୟୁ ପରେ ଜଗାକୁ ନେଇ ବାପା-ମା’ ଅଧିକ ତତ୍ପର ହୋଇଛନ୍ତି। ଫୁଲବାଣୀ ମେଡିକାଲରେ ଜଗାର ଚିକିତ୍ସା କରାଯାଉଛି। କଟକ SCBରୁ ଡିସ୍‌ଚାର୍ଜ ହେବା ପରେ ଏବେ ଫୁଲବାଣୀ ମେଡିକାଲରେ ଜଗାର ଚିକିତ୍ସା ଚାଲିଛି।

Rare-two-headed-baby-girl-born-in-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories