କାଲି ବିରଳ ସୂର୍ଯ୍ୟୋପରାଗ, ୧୨ ଘଣ୍ଟା ପୂର୍ବରୁ ପାକ ନିଷିଦ୍ଧ
ଭୁବନେଶ୍ୱର: ଆସନ୍ତାକାଲି ରବିବାର ସୂର୍ଯ୍ୟୋପରାଗ। ଓଡ଼ିଶାରେ ସକାଳ ୧୦ଟା ୧୫ରୁ ଆରମ୍ଭ ହୋଇ ଅପରାହ୍ନ ୨ଟା ୨୦ ପର୍ଯ୍ୟନ୍ତ ପରାଗ ଚାଲିବ। ଏହା ବିରଳ ବଳୟ ସୂର୍ଯ୍ୟୋପରାଗ ବୋଲି କହିଛନ୍ତି। ପଠାଣି ସାମନ୍ତ ପ୍ଲାନେଟାରିୟମର ଉପ ନିର୍ଦ୍ଦେଶକ ଉତ୍ତର ଭାରତରେ ସଂପୂର୍ଣ୍ଣ ବଳୟ ସୂର୍ଯ୍ୟ ପରାଗ ଦେଖିବାକୁ ମିଳିବ। ରାଜସ୍ଥାନ, ହରିଆଣାରେ ବିରଳ ବଳୟ ସୂର୍ଯ୍ୟ ପରାଗ ଦେଖିହେବ।
ତେବେ ଦେଶର ଯେତେ ଦକ୍ଷିଣକୁ ଆସିବେ ସୂର୍ଯ୍ୟୋପରାଗର ପ୍ରତିଶତ କମି କମି ଆସିବ। ଉତ୍ତର ଓଡ଼ିଶାର ମୟୂରଭଞ୍ଜରେ ୭୨ ପ୍ରତିଶତ ପରାଗ ଦେଖାଯିବା ବେଳେ ମାଲକାନଗିରିରେ ଏହା ୬୦ ପ୍ରତିଶତ ଦୃଶ୍ୟମାନ ହେବ। ଖାଲି ଆଖିରେ ସୂର୍ଯ୍ୟପରାଗ ଦେଖିବାକୁ ବୈଜ୍ଞାନିକ ବାରଣ କରିଛନ୍ତି।
ଅନ୍ୟପଟେ ଜ୍ୟୋତିର୍ବିଦ କହିଛନ୍ତି, ଦିନ ୧୦ଟା ୩୮ରେ ଗ୍ରହଣ ଲାଗିବ। ଏହାର ୧୨ ଘଣ୍ଟା ପୂର୍ବରୁ ପାକ ନିଷିଦ୍ଧ କରାଯାଇଛି। ତେବେ ବିଭିନ୍ନ ଭୂଖଣ୍ଡରେ ପରାଗ ସମୟ ଭିନ୍ନ ଭିନ୍ନ ରହିବ ପରାଗ ସମୟରେ ଦେବନୀତି, ପାକ ସଂପୂର୍ଣ୍ଣ ବନ୍ଦ ରଖିବାକୁ ପରାମର୍ଶ ଦେଇଛନ୍ତି। ତେବେ ଶିଶୁ, ବୃଦ୍ଧ ଓ ରୋଗୀଙ୍କ ପାଇଁ କୌଣସି ବାରଣ ନାହିଁ।