ଜାଲରେ ପଡ଼ିଲା ୪୦ କିଲୋ ଓଜନର ମାଛ, ଦାମ୍‌ କେତେ ଜାଣନ୍ତି ?

ବୌଦ୍ଧ: ଜାଲରେ ପଡ଼ିଲା ୪୦ କିଲୋ ଓଜନର ମାଛ। ବୌଦ୍ଧ ଜିଲ୍ଲା ଟୁଟୁସିଙ୍ଗା ଗାଁର ଶ୍ରୀପତି ବେହେରା ନାମକ ଜଣେ ବ୍ୟକ୍ତି ଆଜି ସକାଳେ ମହାନଦୀକୁ ମାଛ ଧରିବାକୁ ଯାଇଥିଲେ। ଏହି ସମୟରେ ଜାଲରେ ଏକ ୪୦ କିଲୋ ଓଜନର ମାଛ ପଡ଼ିଥିଲା।

ପ୍ରାୟ ୪ ଫୁଟ ଲମ୍ବର ଏହି ମାଛର ନାଁ ‘କଣା ବୁଦା’। ଏହି ମାଛର ଆନୁମାନିକ ମୂଲ୍ୟ ୧୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି।

ଏହି ଖବର ଜଣାପଡ଼ିବା ପରେ ମାଛ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ଏହାପରେ ମାଛଟି ସ୍ଥାନୀୟ ଅଞ୍ଚଳରେ ବିକ୍ରି ହୋଇଥିବା ଜଣାପଡ଼ିଛି।

You might also like