• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

କଟକ: ଆଜିଠାରୁ କଟକ ଓ ଗଞ୍ଜାମରେ ହେବ ଆଣ୍ଟିଜେନ ଟେଷ୍ଟ। କଟକ SCB ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ସମସ୍ତ ରୋଗୀଙ୍କର କୋଭିଡ୍ ଟେଷ୍ଟ କରାଯିବ। ପରୀକ୍ଷା ପରେ ହିଁ ନୂଆ ରୋଗୀଙ୍କୁ SCB ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଆଡମିଶନ କରାଯିବ।

କଟକ ଓ ଏହି ସହରର ୩ଟି ପ୍ରମୁଖ ହସ୍ପିଟାଲ SCB, ଆଚାର୍ଯ୍ୟ ହରିହର କ୍ୟାନସଲ ହସ୍ପିଟାଲ ଓ ଶିଶୁ ଭବନରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିଲା । ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ରବିବାର ଏହି ନିଷ୍ପତ୍ତି ନିଆଯାଇଥିଲା ।

ରାଜ୍ୟରେ ୫ ହଜାର ଆଣ୍ଟିଜେନ କିଟ୍ ମଧ୍ୟ ପହଞ୍ଚି ଯାଇଛି। ଆଣ୍ଟିଜେନ କିଟ୍ ଜରିଆରେ କରୋନା ସଂକ୍ରମଣ ହୋଇଛି କି ନାହିଁ, ତାହା ଶୀଘ୍ର ଜଣାପଡ଼ିବ । ଅଳ୍ପ ଦିନ ଭିତରେ ଆଉ ୨୦ ହଜାର ଆଣ୍ଟିଜେନ କିଟ୍ ଆସିବ ବୋଲି ସୂଚନା ମିଳିଛି।

କଟକ ମହାନଗର ନିଗମରେ ମୋଟ ୧୯୩ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ସୁସ୍ଥ ହେଲାଣି ୨୨ ଜଣ । ଜଣକର ମୃତ୍ୟୁ ହୋଇଛି।

ଏପଟେ ରାପିଡ୍ ଆଣ୍ଟିଜେନ ଟେଷ୍ଟ କିଟ୍ ଗଞ୍ଜାମରେ ପହଞ୍ଚିଥିବା ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଜିଲ୍ଲା ପ୍ରଶାସନ । ତେଣୁ ଗାଇଡଲାଇନ୍ସ ଅନୁସାରେ ଆଜିଠୁ ଗଞ୍ଜାମରେ ଆଣ୍ଟିଜେନ ଟେଷ୍ଟ ହେବା ନେଇ ସୂଚନା ଦିଆଯାଇଛି।

 

Rapid-antigen-tests-from-today-in-ganjam-and-ctc
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories