ଶୁଣିଲାନି ପୋଲିସ୍, ଆତ୍ମହତ୍ୟା କଲେ ଅସଦାଚରଣ ଶିକାର ପୀଡ଼ିତା !

ଢେଙ୍କାନାଳ: ଶୁଣିଲାନି ପୁଲିସ, ରଖିଲାନି ଏତଲା। ଶେଷରେ ଲଜ୍ଜା ସହିନପାରି ଆତ୍ମହତ୍ୟା କଲେ ନାବାଳିକା। ଏପରି କିଛି ଲୋମହର୍ଷଣକାରୀ ଘଟଣା ଘଟିଛି ଢେଙ୍କାନାଳ ଭାପୁର ଅଞ୍ଚଳରେ। ପୋଲିସର ନିଷ୍କ୍ରିୟତା ଯୋଗୁଁ ଜଣେ ନାବାଳିକା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ, ଗତ ୬ ତାରିଖରେ ଜଣେ ଯୁବକ ପାଣି ପିଇବା ବାହାନାରେ ଘରେ ଏକୁଟିଆ ଥିବା ନାବାଳିକାକୁ ଅସଦାଚରଣ କରିଥିଲେ। ଏନେଇ ପରିବାର ଲୋକେ ଫାଣ୍ଡିରେ ଏତଲା ବି ଦେଇଥିଲେ। ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଅଭିଯୁକ୍ତ ନାବାଳିକାଙ୍କୁ ବାରମ୍ବାର ଅସଦାଚରଣ କରିଥିଲା।

ମାନସିକ ଅଶାନ୍ତିରୁ ନାବାଳିକା ଜଣକ ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି।  ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଅଭିଯୋଗର ତଦନ୍ତ କରାଯିବ ଓ ଖୁବ୍ ଶୀଘ୍ର ଅଭିଯୁକ୍ତ ଗିରଫ ହେବେ ବୋଲି କହିଛନ୍ତି ଢେଙ୍କାନାଳ ଏସ୍‌ପି।

ପୂର୍ବରୁ ମୟୂରଭଞ୍ଜ ରାଇରଙ୍ଗପୁରରୁ  ମଧ୍ୟ ଠିକ୍ ଏପରି ଏକ ଅଭିଯୋଗ ଆସିଥିଲା ଗତବର୍ଷ ଡିସେମ୍ବର ମାସରେ ରାଇରଙ୍ଗପୁର ଟାଉନ ଥାନାରେ ଅଭିଯୋଗ ସତ୍ତ୍ୱେ ପୋଲିସ କାର୍ଯ୍ୟା ନୁଷ୍ଠାନ ନନେବାରୁ ଜଣେ ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପିକା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

ଅଧ୍ୟାପିକା ଜଣଙ୍କ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ କରିବା ସତ୍ତ୍ୱେ ପୋଲିସ ତ କାର୍ଯ୍ୟାନୁଷ୍ଠାନ ନେଲାଣି, ବରଂ ଅଭିଯୁକ୍ତଙ୍କ ପକ୍ଷରୁ ଧମକ ଚମକ ପରେ ଶେଷରେ ଅଧ୍ୟାପିକା ଜଣକ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ଆସିଥିଲା। ହେଲେ ପରେ କେତେଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ପୁଲିସ।

You might also like