ଡାକ୍ତରଖାନାରେ ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ

କୋରାପୁଟ: ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍‌ରେ ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ହୋଇଛି। ଗତ ୫ତାରିଖରେ ପୀଡ଼ିତାଙ୍କୁ ୨ଜଣ ଦୁର୍ବୃତ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ପ୍ରଥମେ ଜୟପୁର ହସ୍ପିଟାଲ୍‌ ଓ ପରେ କୋରାପୁଟ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ତେବେ ମୃତ ପୀଡ଼ିତାଙ୍କର ସ୍ୱୀମୀଙ୍କ ମାନସିକ ସ୍ଥିତି ଭଲ ନଥିବା ବେଳେ ତାଙ୍କର ଦୁଇଟି ଛୁଆ ମଧ୍ୟ ଅଛନ୍ତି। ପୀଡ଼ିତାଙ୍କ ମୃତ୍ୟୁ ପରେ ପିଲାଙ୍କ ଭବିଷ୍ୟତ ନେଇ ଗ୍ରାମବାସୀ ଚିନ୍ତା ପ୍ରକାଶ କରିଛନ୍ତି ।

ପ୍ରଶାସନ ପକ୍ଷରୁ ପୀଡ଼ିତାଙ୍କ ଶବ ଶତ୍କାର ପାଇଁ ରେଡକ୍ରସ୍ ପାଣ୍ଠିରୁ ୧୦ହଜାର ଟଙ୍କା ପ୍ରଦାନ କରାଯାଇଛି। ତେବେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

You might also like