ଏୟାର ଓଡ଼ିଶା ମୁଖ୍ୟଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର: ଏୟାର ଓଡ଼ିଶା ମୁଖ୍ୟଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ହୋଇଛି। କୋଲକାତାର ଜଣେ ଯୁବତୀ ଏୟାର ଓଡ଼ିଶା ମୁଖ୍ୟ ସନ୍ତୋଷ ପାଣିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ଏହି ଯୁବତୀ ଆଗରୁ ଏୟାର ଓଡ଼ିଶାରେ କାମ କରୁଥିଲେ। ଏବେ ସେ ଏୟାର୍ ଡେକାନରେ କାମ କରୁଛନ୍ତି। ଯୁବତୀ ଜଣକ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ, ସନ୍ତୋଷ ପାଣି ତାଙ୍କୁ ଦୁଇ ଥର ଦୁଷ୍କର୍ମ କରିଛନ୍ତି।

ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସନ୍ତୋଷ ପାଣି। ସେ କହିଛନ୍ତି, କର୍ମଚାରୀଙ୍କ ସହିତ ଗଣ୍ଡଗୋଳ କରିବାରୁ ସଂପୃକ୍ତ ଯୁବତୀଙ୍କୁ ଚାକିରିରୁ ବାହାର କରି ଦିଆଯାଇଥିଲା। ତେଣୁ ଆକ୍ରୋଶମୂଳକ ଭାବେ ସେ ଏହି ଅଭିଯୋଗ ଆଣିଥିବା ଏୟାର ଓଡ଼ିଶାର ନିର୍ଦ୍ଦେଶକ କହିଛନ୍ତି।

You might also like