ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ

କନ୍ଧମାଳ: କନ୍ଧମାଳ ଜିଲ୍ଲା କୋଟଗଡ଼ରେ ନାବାଳିକା ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ପ୍ରତିବାଦ ଜୋର ଧରୁଛି। ଅଭିଯୁକ୍ତକୁ ଫାଶୀ ଓ ସ୍ଥାନୀୟ ଅଞ୍ଚଳରେ ମଦ ଦୋକାନ ବନ୍ଦ ସହ କ୍ଷତିପୂରଣ ଦାବିରେ ଲୋକେ କୋଟଗଡ଼ ମୁଖ୍ୟରାସ୍ତା ଅବରୋଧ କରିଛନ୍ତି। ଫଳରେ କନ୍ଧମାଳ ଓ ରାୟଗଡା ଜିଲ୍ଲାକୁ ଯାତାୟତ ବନ୍ଦ ରହିଛି।

ସୂଚନା ଅନୁସାରେ ଗତକାଲି ସକାଳେ ସ୍କୁଲରୁ ଫେରି ନାବାଳିକା ଶୌଚ ହେବାକୁ ଯାଇଥିଲେ। ତେବେ ଦୀର୍ଘ ସମୟ ଧରି ନଫେରିବାରୁ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ। ଅପରାହ୍ନରେ ନିକଟସ୍ଥ ଜଙ୍ଗଲରୁ ନାବାଳିକାର ମୃତଦେହ ମିଳିଥିଲା। କୋଟଗଡ଼ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଏହି ଘଟଣାରେ ଗଗନ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପୁଲିସ୍‌ ପଚରାଉଚରା କରୁଛି। ଏହା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।

You might also like