ଦୁଷ୍କର୍ମ ଅଭିଯୋଗରେ ଫସିଲେ ଜିଲ୍ଲା ପରିଷଦ ସଭ୍ୟଙ୍କ ସ୍ୱାମୀ

ଯାଜପୁର  : ଯାଜପୁର ଜିଲ୍ଲା ଦଶରଥପୁର ଅଞ୍ଚଳର ନେତା ଦାମୋଦର ରାଉତଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ। ଦାମୋଦର ରାଉତ ହେଉଛନ୍ତି ଜଣେ ଜିଲ୍ଲା ପରିଷଦ ସଭ୍ୟଙ୍କ ସ୍ୱାମୀ।

ପୀଡ଼ିତା ଜଣକ ଅଭିଯୋଗ କରିଛନ୍ତି ଯେ, ଗତ ୨୪ ତାରିଖରେ ତାଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ କରିଥିଲେ ଦାମୋଦର ରାଉତ। ଏ ସଂପର୍କରେ ମଙ୍ଗଳପୁର ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ଅଭିଯୁକ୍ତ ଜଣକ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ପୁଲିସ କାର୍ଯ୍ୟାନୁଷ୍ଠାନ ନେଉନାହିଁ।

ପରେ ପୀଡ଼ିତା ଯାଜପୁର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଘଟଣାକୁ ନେଇ ଅତିରିକ୍ତ ଏସ୍‌ପି କହିଛନ୍ତି, ତଦନ୍ତ କରାଯାଇ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

You might also like