ସରପଞ୍ଚଙ୍କ ପୁଅଙ୍କ ବିରୁଦ୍ଧରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ

କଟକ : ସରପଞ୍ଚଙ୍କ ପୁଅଙ୍କ ବିରୁଦ୍ଧରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ। ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ପଞ୍ଚାୟତରୁ। ନାବାଳିକା ଜଣକ ସାଇକଲରେ ଏକୁଟିଆ ଟ୍ୟୁସନରୁ ଫେରୁଥିବା ସମୟରେ ଅଭିଯୁକ୍ତ ମୃତ୍ୟୁଞ୍ଜୟ ସ୍ୱାଇଁ ରାସ୍ତାରେ ଟଣାଓଟରା କରିଥିଲା। ପରେ ନାବାଳିକାଙ୍କ ସହ ଦୁଷ୍କର୍ମ ଉଦ୍ୟମ କରିଥିଲା।

ତେବେ କୌଣସି ମତେ ନାବାଳିକା ଜଣଙ୍କୁ ଘଟଣା ସ୍ଥଳରୁ ଖସି ଆସି ପରିବାର ଲୋକଙ୍କୁ କହିଥିଲା। ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

You might also like