ସାଲେପୁର ( ମନୋଜ ଆଚାର୍ଯ୍ୟ) : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡ଼ା ପଞ୍ଚାୟତ ସମିତି ସଭ୍ୟଙ୍କ ବିରୁଦ୍ଧରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ।
ମହିଳା ଜଣକ ଘରେ ଶୋଇଥିବା ବେଳେ, ଅଭିଯୁକ୍ତ ଝରକା ପଟେ ପଶି ଦୁଷ୍କର୍ମ ଉଦ୍ୟମ କରିଥିବା ଓ ଏକଥା କାହାକୁ ନକହିବା ପାଇଁ ଛୁରୀ ଦେଖାଇ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏନେଇ ନିଜେ ପୀଡ଼ିତା ପରିବାର ଲୋକଙ୍କ ସହ ଆସି ନିଶ୍ଚିନ୍ତକୋଇଲି ଥାନାରେ ଅଭିଯୋଗ କରିଛନ୍ତି।
ଏତଲା ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏନେଇ ଅଭିଯୁକ୍ତ କିମ୍ବା ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ।