ନିଜ ମୃତ୍ୟୁକୁ ନିଜେ ଡାକିଦେଲା ଦୁଷ୍କର୍ମ ଅଭିଯୁକ୍ତ !

ରାୟଗଡା: ଥାନାରୁ ଖସି ପଳାଇବା ବେଳେ ଥାନା ସାମ୍ନାରେ ଅଭିଯୁକ୍ତଙ୍କ ଉପରେ ଚଢିଗଲା ଟ୍ରକ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଥାନା ସାମ୍ନାରେ। ପ୍ରେମ ପ୍ରତାରଣା ଓ  ଦୁଷ୍କର୍ମ ଅଭିଯୋଗରେ ଟିକିରି ପୋଲିସ ଅଭିଯୁକ୍ତ ସନ୍ତୋଷ କୁମାର ପଣ୍ଡୁକୁ ଗତକାଲି ଗିରଫ କରିଥିଲା।

ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ପାଇଁ ରାୟଗଡ଼ା ଅଣାଯାଇଥିଲା। ତେବେ କୋର୍ଟକୁ ନେବା ପୂର୍ବରୁ ମେଡିକାଲ ଟେଷ୍ଟ ପରେ ରାୟଗଡ଼ା ଥାନାରେ ରଖାଯାଇଥିଲା। ତେବେ ଅପରାହ୍ନରେ କୋର୍ଟଚାଲାଣ ପାଇଁଥାନାରୁ ସନ୍ତୋଷକୁ ନେବାବେଳେ ସେ ଖସି ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ।

ତେବେ ଥାନାରୁ ଚମ୍ପଟ ମାରିବା ବେଳେ ଥାନା ସାମ୍ନାରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ସହ ଧକ୍କା ହୋଇଯାଇଥିଲେ। ପୋଲିସ ଉଦ୍ଧାର କରି ମେଡିକାଲ ନେଇଥିଲେବି ତାର ମୃତ୍ୟୁ ଘଟିଥିବା ରାୟଗଡ଼ା ଏସପି ସୂଚନା ଦେଇଛନ୍ତି।

You might also like