କନ୍ଧମାଳରେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଗିରଫ
କନ୍ଧମାଳ : କନ୍ଧମାଳରେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଗିରଫ। ଗିରଫ ଅଭିଯୁକ୍ତ ଜଣକ କବିରାଜ ନାୟକ ବୋଲି ସୂଚନା ଦେଇଛନ୍ତି, ବାଲିଗୁଡ଼ା ଏସଡିପିଓ ସୁରେନ୍ଦ୍ର ନାଥ ମୁର୍ମୁ। ଅଭିଯୋଗ ମୁତାବକ, ଗତକାଲି ଜିଲ୍ଲାର ତୁମୁଡିବନ୍ଧ ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ପୀଡ଼ିତାଙ୍କ ପରିବାର ପକ୍ଷରୁ ଏତଲା ଦିଆଯାଇଥିଲା। ଅଭିଯୋଗ ପାଇବା ପରେ ବେଲଘର ପୁଲିସ୍ ଘଟଣାର ତଦନ୍ତ କରୁଥିଲା। ତେବେ ଅଭିଯୁକ୍ତ ଜଣଙ୍କ ଗିରଫ ହେବା ପରେ, ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ […]
କନ୍ଧମାଳ : କନ୍ଧମାଳରେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଗିରଫ। ଗିରଫ ଅଭିଯୁକ୍ତ ଜଣକ କବିରାଜ ନାୟକ ବୋଲି ସୂଚନା ଦେଇଛନ୍ତି, ବାଲିଗୁଡ଼ା ଏସଡିପିଓ ସୁରେନ୍ଦ୍ର ନାଥ ମୁର୍ମୁ।
ଅଭିଯୋଗ ମୁତାବକ, ଗତକାଲି ଜିଲ୍ଲାର ତୁମୁଡିବନ୍ଧ ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ପୀଡ଼ିତାଙ୍କ ପରିବାର ପକ୍ଷରୁ ଏତଲା ଦିଆଯାଇଥିଲା।
ଅଭିଯୋଗ ପାଇବା ପରେ ବେଲଘର ପୁଲିସ୍ ଘଟଣାର ତଦନ୍ତ କରୁଥିଲା। ତେବେ ଅଭିଯୁକ୍ତ ଜଣଙ୍କ ଗିରଫ ହେବା ପରେ, ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ତାକୁ କୋର୍ଟଚାଲାଣ କରାଯିବ ବୋଲି ପୁଲିସ୍ କହିଛି।