ପରୀ ହତ୍ୟା ମାମଲା: ଦୁଷ୍କର୍ମ ପରେ ହତ୍ୟା କରାଯାଇଛି !

ନୟାଗଡ଼: ନୟାଗଡ଼ ପରୀ ହତ୍ୟା ମାମଲାରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ଆଜି କ୍ରାଇମବ୍ରାଞ୍ଚ SIT ପକ୍ଷରୁ ହାଇକୋର୍ଟରେ ଦାଖଲ ହୋଇଛି   ରିପୋର୍ଟ। ବନ୍ଦ ଲଫାଫାରେ ଏହି ରିପୋର୍ଟ ଦିଆଯାଇଥିଲେ ହେଁ ଏଥିରେ ଚାଞ୍ଚଲ୍ୟକର ତଥ୍ୟ ଥିବା ସୂଚନା ମିଳିଛି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,  ପରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ରିପୋର୍ଟରେ ଉଲ୍ଲେଖ ରହିଛି।  ହତ୍ୟାର ମୂଳ କାରଣ ଦୁଷ୍କର୍ମ ବୋଲି ରିପୋର୍ଟରେ ଉଲ୍ଲେଖ ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି । ପରୀର ପୋଷାକରୁ ଦୁଷ୍କର୍ମ କରାଯାଇଥିବା ସୂଚନା ମିଳିଛି ବୋଲି ରିପୋର୍ଟରେ ଲେଖାଯାଇଥିବା କୁହାଯାଉଛି। 

ସୂଚନାଥାଉ କି,  ନୟାଗଡ଼ ଜିଲ୍ଲା ଯଦୁପୁରର କୁନି ଝିଅ ପରୀ ହତ୍ୟା ଘଟଣାରେ ପ୍ରାଥମିକ ତଦନ୍ତ  ରିପୋର୍ଟ ଦାଖଲ କରିଛି ଏସଆଇଟି । ହାଇକୋର୍ଟରେ ଆଜି SIT ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି। ପରୀ ମୃତ୍ୟୁ  ମାମଲାର ତଦନ୍ତ କେତେ ଦୂର ଆଗେଇଛି, ସେ ସମ୍ପର୍କରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇଛି । ଏକ ବନ୍ଦ ଲଫାପାରେ ସତ୍ୟପାଠ ଦାଖଲ କରିଛି ଏଆସ୍ଇଟି । ଆସନ୍ତା ୨୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

You might also like