ନିଲମ୍ବିତ ସାଂସଦ ରାମଚନ୍ଦ୍ର ହାଁସଦାଙ୍କ କ୍ଷୋଭ

ଭୁବନେଶ୍ୱର: ବିଜେଡିରୁ ନିଲମ୍ବିତ ସାଂସଦ ରାମଚନ୍ଦ୍ର ହାଁସଦାଙ୍କ କ୍ଷୋଭ। ତାଙ୍କ ଉପରୁ ନିଲମ୍ବନ ଅାଦେଶ ଉଠୁ ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ହାଁସଦା।

ସେ ଅାଦିବାସୀ ଅଞ୍ଚଳର ନେତା ହୋଇଥିବାରୁ ନିଲମ୍ବନ ଉଠୁନି। ତାଙ୍କ ପାଇଁ କେହି ନେତା ଲବି କରୁ ନାହାନ୍ତି। ତେବେ ଉପକୂଳିଅା ନେତା ହୋଇଥିଲେ ପରିସ୍ଥିତି ଅଲଗା ହୋଇଥାନ୍ତା ବୋଲି ଅଭିଯୋଗ ଅାଣିଛନ୍ତି ହାଁସଦା।

ତାଙ୍କୁ ନିଲମ୍ବିତ କରାଯାଇଥିଲେ ବି କିଛି ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କୁ ନିଲମ୍ବନ କରାଯାଇ ନଥିବା କ୍ଷୋଭର ସହ କହିଛନ୍ତି ହାଁସଦା। ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରି ନାହିଁ।

You might also like