ଖାଲି ହେଉଥିବା ରାଜ୍ୟସଭା ଆସନକୁ ନେଇ ଅଙ୍କକଷା

ଭୁବନେଶ୍ୱର : ଖାଲି ହେଲା ରାଜ୍ୟର ୪ ରାଜ୍ୟସଭା ଆସନ। ପ୍ରତାପ ଦେବ, ସୌମ୍ୟରଂଜନ ପଟ୍ଟନାୟକ, ଅନୁଭବ ମହାନ୍ତି ଓ ଅଚ୍ୟୁତ ସାମନ୍ତ ଗତ ନିର୍ବାଚନରେ ବିଜୟ ହେବା ପରେ ଏମାନେ ରାଜ୍ୟସଭାରୁ ଦେଇଛନ୍ତି ଇସ୍ତଫା। ତେବେ ଅନୁଭବ ମହାନ୍ତିଙ୍କ ରାଜ୍ୟସଭା କାର୍ଯ୍ୟକାଳ ୧ ବର୍ଷରୁ କମ୍ ଥିବାରୁ ସେହି ସ୍ଥାନ ପାଇଁ ଏବେ ଉପନିର୍ବାଚନ ହୋଇନପାରେ।

ତେବେ ଅନ୍ୟ ୩ଟି ଆସନ ପାଇଁ ବାଇ-ଇଲେକ୍ସନ ହେବ। ପ୍ରତାପ ଦେବଙ୍କ ସ୍ଥାନରେ ଯିଏ ରାଜ୍ୟସଭା ଯିବେ ସେ ୩ ବର୍ଷ ଏବଂ ସୌମ୍ୟରଂଜନ ଓ ଅଚ୍ୟୁତଙ୍କ ସ୍ଥାନରେ ଯେଉଁମାନେ ଯିବେ ସେମାନଙ୍କ କାର୍ଯ୍ୟକାଳ ପ୍ରାୟ ୫ବର୍ଷ ରହିବ। ବଡ଼ ପ୍ରଶ୍ନ ଏହି ୩ ସିଟ୍ ପାଇଁ କାହାକୁ ବାଛିବେ ନବୀନ ?

ସାଧାରଣ ନିର୍ବାଚନ ବେଳେ ଟିକଟରୁ ବଞ୍ଚିତ ହୋଇଥିବା ପ୍ରସନ୍ନ ପାଟ୍ଟଶାଣୀ ଓ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟାନାୟକଙ୍କୁ ରାଜ୍ୟସଭା ପଠାଇବା ପାଇଁ ଖୋଦ୍ ନବୀନ ପ୍ରତିଶ୍ରୁତି ଦେଇଥିଲେ। ସେପରି ହେଲେ ଦୁହେଁ ରାଜ୍ୟସଭା ଯିବା ନିଶ୍ଚିତ। ଯଦି ନବୀନ ନିଷ୍ପତ୍ତି ବଦଳାନ୍ତି ତେବେ କାହାକୁ ରାଜ୍ୟସଭା ଟିକଟ୍ ମିଳିବ ସେ ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଛି। ରେସ୍‌ରେ ଥିବା ଦାବିଦାର ଲବି ବି ଆରମ୍ଭ କଲେଣି। ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା, ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି, ଅମର ପଟ୍ଟନାୟକ, ପୂର୍ବତନ ବିଧାୟକ ଆକାଶ ଦାସ ନାୟକ ଓ ଶ୍ରୀମୟୀ ମିଶ୍ର ପ୍ରମୁଖ ଏହି ଦୌଡ଼ରେ ଥିବା ଚର୍ଚ୍ଚା ହେଉଛି।

ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ରାଜ୍ୟସଭାର ୩ଟି ଆସନ ହାତେଇବାରେ ବିଜେଡି ପାଇଁ ଅସୁବିଧା ହେବ ନାହିଁ। କିନ୍ତୁ  ଆସନ୍ତା ବର୍ଷ ଏପ୍ରିଲ୍ ୨ରେ ଖାଲି ହେବ ଆଉ ୪ଟି ରାଜ୍ୟସଭା ସିଟ୍। ସେତେବେଳେ ରଂଜୀବ ବିଶ୍ୱାଳ, ସରୋଜିନୀ ହେମ୍ବ୍ରମ ଓ ନରେନ୍ଦ୍ର ସ୍ୱାଇଁଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ଅନୁଭବ ମହାନ୍ତି ଛାଡ଼ିଥିବା ପଦ ପାଇଁ ବି ଏକା ସମୟରେ ନିର୍ବାଚନ ହୋଇପାରେ। ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ୩ଟି ଆସନ ଜିତିବାରେ ବିଜେଡି ପାଇଁ କୌଣସି ଅସୁବିଧା ନଥିବା ବେଳେ ଅଡୁଆ ହୋଇପାରେ ଚତୁର୍ଥ ସିଟ୍।

ସେପଟେ ସାଂସଦ ମହେଶ ସାହୁ କହିଛନ୍ତି ରାଜ୍ୟସଭା କାହାକୁ ପଠାଯିବ ମାନସିକ ସ୍ତରରେ ବିଜେଡି ସୁପ୍ରିମୋ ନିଷ୍ପତ୍ତି ନେଇସାରିଛନ୍ତି। କେବଳ କାଗଜ କଲମରେ ଘୋଷଣା ବାକି ରହିଛି।

୧୦ ମାସ ଭିତରେ ୭ଟି ରାଜ୍ୟସଭା ସିଟ୍ ଖାଲି ପଡୁଥିବାରୁ ଏହାକୁ ନେଇ ବିଜେଡି ରାଜନୀତି ଜୋରଧରିଛି। ସମସ୍ତଙ୍କ ନଜର ବିଜେଡି ସୁପ୍ରିମୋଙ୍କ ଶୁଭଦୃଷ୍ଟି କାହା ଉପରେ ପଡୁଛି।

ଆହୁରି ପଢ଼ନ୍ତୁ

ଡିପ୍ଲୋମା ଛାତ୍ରଙ୍କ ସ୍ୱତନ୍ତ୍ର ପ୍ରୟାସ ; ତିଆରି କଲେ ଅଟୋମେଟେଡ୍ ସୋଲାର ସ୍ପ୍ରେ ମେଶିନ

୬ ବର୍ଷର ବିସ୍ମୟ ବାଳକ ; ପଢୁଛନ୍ତି ଭାଗବତ

ଏୟାରପୋର୍ଟରେ ଚେକିଂ ବେଳେ ବ୍ୟାଗ୍ ଭିତରୁ ମିଳିଲା ୫ ମାସର ଶିଶୁ !

ଆର୍‌ଟିଓ ଅଫିସରେ ଚାଲିଛି ଦଲାଲ୍‌ଙ୍କ ରାଜ୍‌

ଅଶୋକ ଓ ଅନ୍‌ସାରୀଙ୍କ ଫଟୋ ପଛର ଅସଲ କାହାଣୀ ଜାଣିଛନ୍ତି କି ?

ସଂଗୀତ ମନସ୍କ ସରୋଜିନୀ ; ପରିଣତ ବୟସରେ ବି ତୁଟିନି ସଂଗୀତ ପ୍ରତି ମୋହ

ଜଣେ ଚାଷୀଙ୍କ ଅଭିନବ ପ୍ରୟାସ ; ତିଆରି କଲେ ବ୍ୟାଟେରି ଚାଳିତ ସାଇକେଲ

ବେଶରେ ପୁରାପୂରି ଘରଣୀ, ହେଲେ ପେଶାରେ ଅଟୋ ଡ୍ରାଇଭର

ଭାରତର ଚନ୍ଦ୍ରମିଶନ ଏକ ଗବେଷଣାତ୍ମକ ବିଶ୍ଲେଷଣ

ଓଡ଼ିଆ କିନ୍ନର ହେଲେ ଭାରତର ଏକ ନମ୍ବର ଉବେର ଚାଳକ

୧୨ ବର୍ଷିୟ ଜଗନ୍ନାଥଙ୍କ ଅପୂର୍ବ ଦକ୍ଷତା ; ପାଟି ସାହାଯ୍ୟରେ ବଜାଉଛନ୍ତି ବାଜା

ଗପ ନୁହେଁ ସତ କାହାଣୀ ; ବିଧବା ବୋହୂର ବାହାଘର କଲେ ଶାଶୂ

You might also like