ଖାରବେଳଙ୍କୁ ମାଡ଼ ଘଟଣାର ଖବର ପ୍ରସାରଣକୁ ନେଇ ବିଜେଡି ଉପସଭାପତିଙ୍କ ଧମକ

ଭୁବନେଶ୍ୱର : ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କୁ କାଶିପୁରରେ ମାଡ଼ ଘଟଣାର ଖବର ପ୍ରସାରଣ କରୁଥିବା ଗଣମାଧ୍ୟମକୁ ପରୋକ୍ଷରେ ବିଜେଡି ରାଜ୍ୟ ଉପସଭାପତି ଏନ ଭାସ୍କର ରାଓଙ୍କ ଧମକ। ଗୋଟିଏ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ସେ ଟାର୍ଗେଟ କରିଛନ୍ତି। ନାଁ ନନେଇ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଉଦ୍ଦେଶ୍ୟ ମୂଳକ ଭାବେ ଖାରବେଳଙ୍କୁ ମାଡ଼ ଘଟଣାର ଖବର ବାରମ୍ବାର ପ୍ରସାର କରୁଛି ବୋଲି କହିଛନ୍ତି ଭାସ୍କର ରାଓ।

କେବଳ ସେତିକି ନୁହେଁ ଅାଗକୁ କଣ ହେବ ସେ ଗଣମାଧ୍ୟମ ବୁଝିବ ବୋଲି ପରୋକ୍ଷ ଚେତାବନୀ ଶୁଣାଇଛନ୍ତି। କାଶିପୁରରେ ମାଡ଼ ଘଟଣା ନିଜେ ଖାରବେଳ ସ୍ୱାଇଁ ପଦାକୁ ଅାଣିଥିଲେ। ଏହି ଘଟଣାର ଭିଜୁଅାଲ ବି ସେ ନିଜେ ସୋଶାଲ ମି଼ଡିଅାରେ ଅପ୍‌ଲୋଡ କରିଥିଲେ।

ଏମିତିକି ବିଜେଡି ଏହି ଅାକ୍ରମଣ ପଛରେ ଥିବା ଖାରବେଳ ସେତେବେଳେ ଅଭିଯୋଗ ଅାଣିଥିଲେ। ତେବେ ଭାସ୍କର ରାଓ କହିଛନ୍ତି ଅଭିଯୁକ୍ତ ତାଙ୍କ ଦଳର ନୁହେଁ।

You might also like