• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ବିଭିନ୍ନ ଜିଲ୍ଲାରେ ରଜ କଟକଣା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୪ ଜିଲ୍ଲାରେ ରଜ କଟକଣା ଜାରି କରାଯାଇଛି। ବାଲେଶ୍ୱର ସଦର ଡିଭିଜନରେ ରଜ ପର୍ବ ପାଳନ ଉପରେ ଜିଲ୍ଲା ପ୍ରଶାସନର କଡ଼ା ପଦକ୍ଷେପ ଗ୍ରହଣ କରିଛି।

ଜୁନ ୧୬ ତାରିଖ ପର୍ଯ୍ୟନ୍ତ ରଜ ପର୍ବ କଟକଣା ଜାରି ହୋଇଛି। ସଦର ସବଡିଭିଜନର ସମସ୍ତ ଧାର୍ମିକସ୍ଥଳ ବନ୍ଦ ରହିବ। ସାଂସ୍କୃତିକ ପର୍ବ ପାଳନ ବେଳେ ୭ରୁ ଅଧିକ ଉପସ୍ଥିତ ରହିବେନି। ସମସ୍ତ ବ୍ୟକ୍ତି ସାମାଜିକ ଦୂରତ୍ୱ ମାନିବେ, ମୁହଁରେ ମାସ୍କ ଲଗାଇବେ।

ସେହିପରି ଢେଙ୍କାନାଳରେ ବିଭିନ୍ନ ମନ୍ଦିରରେ ୧୪୪ ଧାରା ଲାଗୁ କରାଯାଇଛି। ହିନ୍ଦୋଳର ପ୍ରସିଦ୍ଧ ରଞ୍ଜାଦୋଳ ରଜ ପଡ଼ିଆରେ ୧୪୪ ଲାଗୁ ହୋଇଛି। ଆସନ୍ତା ୧୪ରୁ ୧୬ ତାରିଖ ଯାଏଁ ଜିଲ୍ଲାର ୧୫ଟି ମନ୍ଦିରରେ ୧୪୪ ଲାଗୁ ହୋଇଛି। କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପ୍ରତିଷେଧକ ମୂଳକ ବ୍ୟବସ୍ଥା ପ୍ରଶାସନ ଗ୍ରହଣ କରିଛି।

ସେହିପରି କେନ୍ଦୁଝର, ଗଂଜାମ ଜିଲ୍ଲା ପ୍ରଶାସନ ଜୁନ ୧୬ ଯାଏଁ ରଜ ପାଳନ ଉପରେ କଡ଼ା କଟକଣା ଜାରି ରଖିଛି। ରଜ ସମୟରେ ଦୋଳି ଖେଳ ସହ ମେଳା ମହୋତ୍ସବ କିମ୍ବା ଭୋଜିଭାତର ଆୟୋଜନ ଉପରେ କଟକଣା ଜାରି କରାଯାଇଛି। ଏପରିକି ପାରମ୍ପରିକ ଖେଳକୁ ମଧ୍ୟ ବାରଣ କରାଯାଇଛି।

Rajo-restriction-in-4-districts-and-144-imposed-in-dhenkanal
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories