LAC ନିକଟରେ ଭାରତର ନିର୍ମାଣ କାମ ଜୋରଦାର, ରାସ୍ତା ସହିତ ଚାଲିଛି ପୋଲ ତିଆରି

ନୂଆଦିଲ୍ଲୀ:  LACରେ ଦୁଇ ଦେଶ ଭାରତ-ଚୀନ ସେନା ମଧ୍ୟରେ ଗତ କିଛି ଦିନ ଧରି ଦେଖା ଦେଇଥିବା ଉତେଜନା ସାମାନ୍ୟ ହ୍ରାସ ପାଇଛି। ଗଲୱାନ ଘାଟିରୁ ଦୁଇ ସେନା ଦୁଇ କିମି ଲେଖାଏ ପଛକୁ ହଟିବା ପରେ ସାମାନ୍ୟ ଆଶ୍ୱସ୍ତି ମିଳିଛି। କିନ୍ତୁ ବିପଦ ସଂପୂର୍ଣ୍ଣ ଟଳି ନାହିଁ ।

ଭବିଷ୍ୟତକୁ ଦୃଷ୍ଟିରେ ରଖି LAC ନିକଟରେ ଭାରତ ଜୋରଦାର କରିଛି ନିର୍ମାଣ କାମ। ରାସ୍ତା ସହିତ ଅନେକ ପୋଲ ତିଆରି କରାଯାଉଛି । ଯାହା ଫଳରେ  ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେଲେ ତୁରନ୍ତ କମ୍ ସମୟ ମଧ୍ୟରେ ସେନା ସେଠାରେ ପହଞ୍ଚି ପାରିବ।

ଅସ୍ତ୍ରଶସ୍ତ୍ର ଓ ସୈନ୍ୟଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇପାରିବ । ଆଜି ସୀମାରେ ଏହି ନିର୍ମାଣ କାମର ସମୀକ୍ଷା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ବର୍ଡର ରୋଡ୍ ଅର୍ଗାନାଇଜେସନ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ହରପାଲ୍ ସିଂହ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସେନାର ଯୋଜନା ଓ କାମ ସଂପର୍କରେ ବିସ୍ତୃତ ଭାବେ ଅବଗତ କରାଇଛନ୍ତି ।

ତା ସହିତ LOCରେ ମଧ୍ୟ ଚାଲିଥିବା କାମର ସମୀକ୍ଷା କରିଛନ୍ତି ରାଜନାଥ ସିଂହ । ବର୍ଡର ରୋଡ୍ ଅର୍ଗାନାଇଜେସନ ପକ୍ଷରୁ ଜୋରଦାରରେ ନିର୍ମାଣ କାମ ଚାଲିଛି । କାମ ଯେତେ ଶୀଘ୍ର ସମ୍ଭବ ସଂପୂର୍ଣ୍ଣ କରିବା ପାଇଁ  ଚେଷ୍ଟା କରୁଥିବା  କହିଛନ୍ତି ବର୍ଡର ରୋଡ୍ ଅର୍ଗାନାଇଜେସନ ମୁଖ୍ୟ।

 

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

ଖରସ୍ରୋତା ନଦୀ ପଠାରେ କୁମ୍ଭୀର, ଲୋକେ ଭୟଭୀତ

କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମିଳିବ ଅବଢ଼ା

You might also like