• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭଦ୍ରକ  : ବିକାଶ କାର୍ଡ ଖେଳି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ଭଦ୍ରକ ରାଣୀତାଲ୍‌ରେ ଆୟୋଜିତ ଦଳର ଶକ୍ତିକେନ୍ଦ୍ର ପ୍ରମୁଖ କାର୍ଯ୍ୟକର୍ତ୍ତା ସମ୍ମିଳନୀକୁ ସମ୍ବୋଧିତ କରି ଓଡ଼ିଶାରେ କାହିଁକି ବିକାଶ ହେଉନାହିଁ ବୋଲି ପ୍ରଶ୍ନ କରିଥିଲେ ରାଜନାଥ।

ସ୍ଥାୟୀ ସରକାର ସତ୍ତ୍ୱେ ଓଡ଼ିଶା କାହିଁକି ପଛୁଆ ବୋଲି ସେ ନବୀନଙ୍କୁ ପ୍ରଶ୍ନ କରିଥିଲେ। ସେହିପରି ରାଜ୍ୟର ଚାଷୀଙ୍କୁ ଫସଲ ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣା ସହାୟତା ରାଶି ମିଳୁନଥିବା କହି, ବିଜେପି ସରକାର ଆସିଲେ ଦେଢ଼ଗୁଣା ଏମ୍ଏସ୍‌ପି କିଭଳି ମିଳିବ ତାହା ନିଶ୍ଚିତ କରାଯିବ ବୋଲି କହିଥିଲେ।

ଅନ୍ୟପକ୍ଷରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଦେଉଥିବା ‘ଚୌକିଦାର ଚୋର୍ ହୈ’ ସ୍ଲୋଗାନକୁ ସେ କଡ଼ା ନିନ୍ଦା କରିବା ସହ କହିଛନ୍ତି ଚୌକିଦାର ପିଓର୍ ହୈ। ଆଜିର ସମାବେଶରେ ସେ ଦଳୀୟ ନେତା ଓ କର୍ମୀଙ୍କୁ, କେନ୍ଦ୍ର ସରକାରଙ୍କ ଜନ ହିତକର ଯୋଜନା ସଂପର୍କରେ ଲୋକଙ୍କୁ ଅବଗତ କରିବାକୁ କହିଥିଲ।

ସମାବେଶ ପୂର୍ବରୁ ରାଜନାଥ ରକ୍ତତୀର୍ଥ ଇରମ୍ ଯାଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ଏହାପରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀଙ୍କୁ ଦର୍ଶନ କରିଥିଲେ। ରାଣୀତାଲ୍ ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ।

https://youtu.be/pJ4p1XEyJNY

Rajnath-singh-target-odisha-chief-minister-in-bhadrak-meeting
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories