ପ୍ରକଳ୍ପ ଦାବିରେ ଜାତୀୟ ରାଜପଥ ନିର୍ମାଣ ମହାସଂଘର ପଦଯାତ୍ରା

ଭୁବନେଶ୍ୱର: ଗୋପାଳପୁର ଠାରୁ ପଶ୍ଚିମବଙ୍ଗର ଦୀଘା ପର୍ଯ୍ୟନ୍ତ ଦୀର୍ଘ ୪୮୦ କିଲୋମିଟର ପ୍ରକଳ୍ପ କାମ ଆରମ୍ଭ କରିବାକୁ ପଦଯାତ୍ରା ହୋଇଛି। ଉପକୂଳ ଜାତୀୟ ରାଜପଥ ନିର୍ମାଣ ମହାସଂଘର ସଦସ୍ୟ ମାନେ ପୁରୀ ବ୍ରହ୍ମଗିରିରୁ ପୁରୀ ଅଭିମୁଖେ ପଦଯାତ୍ରାରେ ବାହାରିଛନ୍ତି । ଏମାନେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବେ।  ଖୁବଶୀଘ୍ର ଏହି ପ୍ରକଳ୍ପ କାମ ଆରମ୍ଭ କରିବାକୁ ମହାସଂଘ ଦାବି କରିଛି ।

କେନ୍ଦ୍ର ସରକାରଙ୍କ ଭାରତମାଳା ଯୋଜନା ମାଧ୍ୟମରେ ଏହି ରାଜପଥ ନିର୍ମାଣ ପାଇଁ ଯୋଜନା ହୋଇଥିଲା।  ଦୀର୍ଘ ୬ ବର୍ଷ ବିତିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପ୍ରକଳ୍ପକୁ ପରିବେଶ ମଂଜୁରୀ ମିଳିପାରିନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଉପକୂଳ ଜାତୀୟ ରାଜପଥ ନିର୍ମାଣ ମହାସଂଘ।

You might also like