ଢେଙ୍କାନାଳ (ରାଜଶ୍ରୀ ଶତପଥୀ) : ସାମୁଦ୍ରିକ ଝଡ଼ ଫୋନି ପ୍ରଭାବରେ ଢେଙ୍କାନାଳରେ ବର୍ଷା ଆରମ୍ଭ ହୋଇଯାଇଛି। ଆସନ୍ତା କାଲି ଢେଙ୍କାନାଳକୁ ରେଡ୍ ୱାର୍ଣ୍ଣି ଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଇଛି। ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯିବା ସହ ରିଲିଫ୍ ସାମଗ୍ରୀ ପହଁଞ୍ଚାଯିବା ଉପରେ ଧ୍ୟାନ ଦିଆଯାଉଛି।
ଅନ୍ୟପକ୍ଷେ, ଫୋନି ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜିଠୁ ବର୍ଷା ଆରମ୍ଭ ହୋଇଯାଇଛି। ରାଜଧାନୀ ଭୁବନେଶ୍ୱର, ଗଜପତି, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ଏହାସହ ଅନ୍ୟ ସ୍ଥାନରେ ମଧ୍ୟ ବର୍ଷା ହୋଇଥିବା ଖବର ଆସୁଛି।