ଲଘୁଚାପ ପ୍ରଭାବରେ ଆହୁରି ୩ ଦିନ ବର୍ଷା ! ସତର୍କ ରହିବାକୁ SRCଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ଆହୁରି ୩ ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି।

ଆସନ୍ତା ୨୪ ଘଣ୍ଟା ପାଇଁ ମାଲକାନଗିରି, ପୁରୀ, ଜଗତସିଂହପୁର, ସମ୍ବଲପୁର, ଦେବଗଡ, ଅନୁଗୁଳ ଓ ବଲାଙ୍ଗିରରେ ଅତି ପ୍ରବଳ ମାତ୍ରାରେ ବର୍ଷା ହୋଇପାରେ। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ଆଜି ଗଞ୍ଜାମ, କୋରାପୁଟ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ସୋନପୁର, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଓ ବରଗଡ଼ରେ ମଧ୍ୟ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଲଘୁଚାପ ଜନିତ ସମ୍ଭାବ୍ୟ ବର୍ଷା ନେଇ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର(SRC) ଚିଠି ଲେଖିଛନ୍ତି।

ଅରେଞ୍ଜ ଏବଂ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲା ପ୍ରତି ନଜର ରଖିବା ସହ ଖାଲୁଆ ଅଞ୍ଚଳରେ ପାଣି ଜମିବା ନେଇ ସତର୍କ ରହିବାକୁ ଏସ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି।

You might also like