କାଲିଠୁ ବଢ଼ିପାରେ ବର୍ଷାର ପରିମାଣ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଆଜି ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ହେଲେ ୨୨ତାରିଖ ଆଡ଼କୁ ବର୍ଷାର ପରିମାଣ ସାମାନ୍ୟ ବଢିପାରେ।

୨୩, ୨୪ ଓ ୨୫ ତାରିଖ ୩ ଦିନ ଧରି ଦକ୍ଷିଣ-ଓଡିଶା ଏବଂ ଦକ୍ଷିଣ-ଉପକୂଳ ଅଞ୍ଚଳରେ ବର୍ଷା ପରିମାଣ ବୃଦ୍ଧି ହେବାର ସମ୍ଭାବନା ରହିଛି। କାରଣ ୨୩ ଓ ୨୪ ତାରିଖ ଆଡକୁ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ଅନ୍ୟପକ୍ଷେ, ଲଗାଣ ବର୍ଷା ଯୋଗୁ ରାଜ୍ୟର ଅଧିକାଂଶ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଏହାସହ ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଛି।

You might also like