୧ ରୁ ପୁଣି ବର୍ଷା !

ଭୁବନେଶ୍ୱର: ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ। ହେଲେ ଆସନ୍ତା ୧ ତାରିଖ ବେଳକୁ ଦକ୍ଷିଣ ଉପକୂଳ ଓଡ଼ିଶା ଏବଂ କଳାହାଣ୍ଡି, କନ୍ଧମାଳ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଆସନ୍ତା ଦୁଇ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶାରେ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ। ଏହା ପ୍ରଭାବରେ ଅଳ୍ପ ଶୀତ ଅନୁଭୂତ ହେବ।

ସେହିପରି ଆସନ୍ତା ୨୪ ଘଣ୍ଟା ଭିତରେ କଳାହାଣ୍ଡି, କନ୍ଧମାଳ, ଅନୁଗୁଳ,ସୁନ୍ଦରଗଡ଼,ଢେଙ୍କାନାଳ, ଯାଜପୁର, ଭଦ୍ରକ, ଓ କେନ୍ଦୁଝର ଜିଲ୍ଲାରେ ଘନ କୁହୁଡ଼ି ଦେଖାଯିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

You might also like