ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବିଦର୍ଭ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାସହ ଉତ୍ତର ପ୍ରଦେଶ ଠାରୁ ଦକ୍ଷିଣ ଛତିଶଗଡ ପର୍ଯ୍ୟନ୍ତ ଏକ ଟ୍ରପ ଲାଇନ ରହିଛି। ଫଳରେ ଏହାର ପ୍ରଭାବରେ ପାଗ ମେଘୁଆ ରହିଛି। ତେବେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।

ଏହା ସହିତ ଆସନ୍ତା ୩୬ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି।

ଆସନ୍ତା ୨-୩ ମଧ୍ୟରେ ତାପମାତ୍ରା ୩ ରୁ ୪ ଡିଗ୍ରୀ କମିବା ସହିତ ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ କହିଛି।

You might also like