‘ପେତାଇ’ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି

ଭୁବନେଶ୍ୱର: ଘୂର୍ଣ୍ଣିଝଡ଼ ପେତାଇ ଦୁର୍ବଳ ହୋଇ ୱେଲ୍ ମାର୍କଡ୍‌ ଲୋ ପ୍ରେସର୍‌ରେ ପରିଣତ ହୋଇଛି। ଗତକାଲି ସ୍ଥଳ ଭାଗ ଛୁଇଁବା ପରେ ଏହା ଆନ୍ଧ୍ରପ୍ରଦେଶ ଊପକୂଳ ଦେଇ ଉତ୍ତର ଉତ୍ତର-ପୂର୍ବ ଦିଗରେ ଗତି କରିଛି।

ପାଣିପାଗ ବିଭାଗର ସୂଚନା ଅନୁସାରେ, ସକାଳ ସାଢ଼େ ୫ଟା ସୁଦ୍ଧା ଏହା ବଙ୍ଗୋପସାଗରର ପଶ୍ଚିମ-କେନ୍ଦ୍ରୀୟ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଛି।

ପେତାଇ ଦୁର୍ବଳ ହୋଇଥିଲେ ମଧ୍ୟ ସାରା ଓଡ଼ିଶାରେ ଏହାର ପ୍ରଭାବରେ ପ୍ରବଳ ବର୍ଷା ଜାରି ରହିଛି।  ବିଶେଷ କରି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହୋଇଛି।  ବଲାଙ୍ଗିରରେ ସର୍ବାଧିକ ୯୨ ଦଶମିକ ୪ ମିମି ବର୍ଷା ହୋଇଥିବା ବେଳେ ସମ୍ବଲପୁରରେ ୭୪ ଦଶମିକ ୪ମିମି, ସୋନପୁରରେ ୬୭ ଦଶମିକ ୮ମିମି, କୋରାପୁଟରେ ୫୭ ଦଶମିକ, ଗୋପାଳପୁରରେ ୫୪ ଦଶମିକ ୬ ମିମି ବର୍ଷା ହୋଇଛି।

ତେବେ ଉପକୂଳ ଓଡ଼ିଶାରେ ପାଗ କୋହଲା ଅଛି। ତେଣୁ ପ୍ରବଳ ଶୀତ ହେଉଛି। ଆଜି ଅପରାହ୍ନ ବେଳକୁ ପାଗରେ କିଛିଟା ପରିବର୍ତ୍ତନ ଆସିପାରେ।

ଗତକାଲି ପେତାଇ ଆନ୍ଧ୍ରପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି କରିଥିଲା। ଏଥିରେ ଜଣକର ମୃତ୍ୟୁ ହୋଇଥିବା ମଧ୍ୟ ସୂଚନା ମିଳିଛି।

You might also like