ଉପକୂଳ ଅଞ୍ଚଳରେ ହୋଇପାରେ ଘଡଘଡି ସହ ବର୍ଷା

ଭୁବନେଶ୍ୱର: ସାରା ରାଜ୍ୟରେ ତାପମାତ୍ର ବଢିବାରେ ଲାଗିଛି। ସ୍ୱାଭାବିକ ତାପମାତ୍ରାଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହୁଛି ତାପମାତ୍ରା। ଆସନ୍ତା ୪ରୁ ୫ ଦିନ ଯାଏ ଉପକୂଳ ଓଡ଼ିଶାରେ ଏଭଳି ସ୍ଥିତି ଲାଗି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଉପକୂଳ ଓଡିଶା ଏବଂ ଆଖପାଖ ଅଞ୍ଚଳରେ ବିକ୍ଷିପ୍ତ ଭାବେ ଘଡଘଡି ସହ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ସେପଟେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ପାଖାପାଖି ରହିବ । ଗତକାଲି ମାଲକାନଗିରି, ଟିଟିଲାଗଡ ଏବଂ ବଲାଙ୍ଗିରର ତାପମାତ୍ର ୪୦ ଡିଗ୍ରୀ ଉପରେ ରହିଥିଲା।

You might also like