ବର୍ଷାପାଣିରେ ଭାସିଲା ମନ୍ଦିର

ପୁରୀ: ଦୁଇ ଦିନ ଧରି ଲାଗି ରହିଥିବା ବର୍ଷା ବିତ୍ପାତରୁ ବର୍ତ୍ତି ପାରିନି ମନ୍ଦିର। କୋଣାର୍କ ସୂର୍ଯ୍ୟମନ୍ଦିର ପାଣି ଘେରରେ ଥିବାବେଳେ  ବ୍ରହ୍ମଗିରିସ୍ଥିତ ଅଲାରନାଥ ମନ୍ଦିର ମଧ୍ୟ ଜଳମଗ୍ନ ହୋଇ ଯାଇଛି।

ଗତକାଲି ରାତିରୁ ଲଗାଣ ବର୍ଷା ଯୋଗୁଁ ପାଣିରେ ବୁଡ଼ି ରହିଛି ସୂର୍ଯ୍ୟ ମନ୍ଦିର। ମନ୍ଦିରର ମୁଖ୍ୟ ଭାଗରୁ ଆରମ୍ଭ କରି ପୂରା ସୂର୍ଯ୍ୟ ମନ୍ଦିରରେ ପାଣି ଆଉ ପାଣି। ପର୍ଯ୍ୟଟକ ମନ୍ଦିର ଭିତରକୁ ପଶିବା ଏକରକମ ମୁସ୍‌କିଲ୍ ହୋଇପଡ଼ିଛି। ମନ୍ଦିର ପରିସରରେ ଆଣ୍ଠୁଏ ଲେଖାଏ ପାଣି ଜମି ରହିଛି ।
ସେହିପରି ଲଗାଣ ବର୍ଷା ଯୋଗୁ ବ୍ରହ୍ମଗିରିର ଅଲାରନାଥ ମନ୍ଦିରରେ ପାଣି ପଶି ଯାଇଛି । ସେତିକି ନୁହେଁ, ମନ୍ଦିରର ଗର୍ଭଗୃହରେ ପାଣି ଗଳୁଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସେବାୟତ।

You might also like